ଦିଶା ପଟନିଙ୍କ ହାତ ଖାଲି

Straight to the Point

ଫିଲ୍ମଟିଏ ହିଟ୍ ହେଲେ ନାୟକ ନାୟିକାଙ୍କର ଦର ଆକାଶଛୁଆଁ ହୋଇଯାଏ। ଅଫର୍ ପରେ ଅଫର୍ ମିଳେ । ନିଜ ନିଜ ଫିଲ୍ମରେ ନେବାକୁ ପ୍ରଯୋଜକ, ନିର୍ଦ୍ଦେଶକଙ୍କ ଭିତରେ ପ୍ରତିଯୋଗିତା ଚାଲେ । ମାତ୍ର ଦିଶା ପଟନିଙ୍କ କ୍ଷେତ୍ରରେ ସେଭଳି କିଛି ହେଲାନି । ବୟଫ୍ରେଣ୍ଡ ଟାଇଗର ଶ୍ରଫଙ୍କ ସହିତ ‘ବାଗି ୨’ ଭଳି ଲୋକପ୍ରିୟ ଫିଲ୍ମ ଭେଟି ଦେବା ସଙ୍ଗେ ଦିଶାଙ୍କ ହାତ ଖାଲି । ତାମିଲ ଐତିହାସିକ ଫିଲ୍ମ ‘ସଂଘମିତ୍ରା’କୁ ଛାଡ଼ିଦେଲେ ଦିଶାଙ୍କ ହାତରେ ଆଉ ସେଭଳି କୌଣସି ପ୍ରୋଜେକ୍ଟ ନାହିଁ । ଏହି ଫିଲ୍ମଟି ହିନ୍ଦୀ ଏବଂ ତେଲୁଗୁରେ ମଧ୍ୟ ଡଟ୍ କରାଯିବ । ଏଥୁପାଇଁ ପ୍ରଥମେ ଶ୍ରତି ହାସନ ମନୋନୀତ ହୋଇଥିଲେ, ମାତ୍ର କୌଣସି କାରଣରୁ ସେ ଏଥୁରୁ ଓହରିଗଲେ। ଏହାପରେ ଦିଶାଙ୍କ ନାଁ ଉଠିଲା । ଦିଶା ବି ରାଜି ହୋଇଗଲେ । ଏଇଟିକୁ ଛାଡ଼ିଦେଲେ ଆଉ କିଛି ନାହିଁ ତାଙ୍କ ହାତରେ । ଦିଶା ବି ଦୁଃଖୀ ନୁହନ୍ତି । ତାଙ୍କ ମତରେ ବଲିଉଡ୍‌ରେ ଅଧୁକ ତରତର ହେଲେ ଚଳିବ ନାହିଁ । ବୁଝି ବିଚାରି ଧୈର୍ଯ୍ୟର ସହ ପାଦେ ପାଦେ ଆଗେଇବା ଭଲ। ନୂଆ ଲୁକ୍ ବିଷୟରେ ଦିଶାଙ୍କ କହିବା ହେଲା, ସେ ନିଜର ମେକ୍-ଅପ୍, ଆସେସରିଜ୍ ଏବଂ କେଶର ରଙ୍ଗ ପ୍ରତି ଖୁବ୍ ଧାନ ଦିଅନ୍ତି । ଜଣେ ନିଜର ବ୍ୟକ୍ତିତ୍ଵ, ସ୍କ୍ରିନ୍ ଟୋନ୍ ସହ ମ୍ୟାଚ୍ କଲା ଭଳି କେଶର ରଙ୍ଗ ବାଛିବା ଉଚିତ ବୋଲି କହନ୍ତି ଦିଶା

error: Thank You Keep Visiting