କେବିସି ନାଁରେ ଠକେଇ ; ୩ ଗିରଫ

An Independent Media

ମୁମ୍ବଇ:  ‘କୌନ୍‍ ବନେଗା କରୋଡ଼ପତି’ ଶୋ ନାଁରେ ଲୋକଙ୍କୁ ଠକୁଥିବା ଏକ ଗ୍ୟାଙ୍ଗ୍‍ର ପର୍ଦ୍ଦାଫାଶ କରିଛି ଦିଲ୍ଲୀ ପୁଲିସ।ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନଙ୍କ ଟିଭି ରିୟାଲିଟି ଶୋ’ ‘କୌନ୍‍ ବନେଗା କରୋଡ଼ପତି’ର ଲୋକପ୍ରିୟତା ବହୁତବେଶୀ।  ହେଲେ ବହୁବାର ଦେଖିବାକୁ ମିଳିଛି ଶୋ’ର ଲୋକପ୍ରିୟତାର ଅପବ୍ୟବହାର କରାଯାଉଛି। ପ୍ରତିଯୋଗୀମାନଙ୍କୁ ଟଙ୍କା ଓ ଶୋ’ରେ ଏଣ୍ଟ୍ରି କରାଇଦେବା ନାଁରେ ବହୁତ ଥର ଠକାମିର ସାମ୍ନା କରିବାକୁ ପଡ଼ିଛି। ଏହିପରି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି।‘କୌନ୍‍ ବନେଗା କରୋଡ଼ପତି’ ଶୋ ନାଁରେ ଲୋକଙ୍କୁ ଠକୁଥିବା ଏକ ଗ୍ୟାଙ୍ଗ୍‍ର ପର୍ଦ୍ଦାଫାଶ କରିଛି ଦିଲ୍ଲୀ ପୁଲିସ। ଠକାମିର ଏହି ଆଡ୍ଡା ଦିଲ୍ଲୀ କିମ୍ବା ଭାରତରୁ ନୁହେଁ, ବରଂ ପାକିସ୍ତାନରୁ ପରିଚାଳନା କରାଯାଉଥିଲା। ଦିଲ୍ଲୀ ପୁଲିସ ସାଇବର ସେଲ୍‍ ଏହି ଗ୍ୟାଙ୍ଗ୍‍ର ତିନି ଜଣ ଠକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ପଚରାଉଚରା ଜାରି ରହିଛି।

error: Thank You Keep Visiting