ଫିଲ୍ମ ରାଧେ, ତଖ୍ତ ଓ ପୃଥ୍ବୀରାଜ ଚୌହାନ ଅଧାରେ ରହିଲା

କରୋନା ଭୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସୁଟିଂ ସ୍ଥଗିତ

ମୁମ୍ବାଇ: ରାଜସ୍ଥାନରେ କରୋନାଭାଇରସ୍ ସଂକ୍ରମଣର ଆଶଙ୍କା ଦେଖାଯିବା ପରେ ଅକ୍ଷୟ କୁମାରଙ୍କ ‘ପୃଥ୍ବୀରାଜ’ ଏବଂ କରଣ ଜୋହରଙ୍କ ‘ତକ୍ତ’ର ସୁଟିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ମିଳିଥିବା ସୂଚନା ମୁତାବକ, ଫିଲ୍ମ ‘ପୃଥ୍ବୀରାଜ’ର ସୁଟିଂ ରାଜସ୍ଥାନରେ ହେବାକୁ ଥିବା ବେଳେ କରୋନା ଭୟ ପାଇଁ ସୁଟିଂକୁ ସ୍ଥଗିତ ରଖି ମୁମ୍ବାଇ ଅଭିମୁଖେ ଫେରି ଅକ୍ଷୟ କୁମାର । ଅନ୍ୟପକ୍ଷରେ, କରଣ ଜୋହରଙ୍କ ଫିଲ୍ମ ‘ତକ୍ତ’ର ସୁଟିଂ ଜୟପୁର ଏବଂ ଜୈସଲମେରରେ ହେବାର ଥିଲା। କିନ୍ତୁ ଏବେ ତାହାକୁ କରୋନଭାଇରସ୍ ପାଇଁ ସ୍ଥଗିତ କରିଦିଆଯାଇଛି।
ପୃଥ୍ବୀରାଜରେ ଅକ୍ଷୟଙ୍କ ସହ ମାନୁଷୀ ଚିଲର ନଜର ଆସୁଛନ୍ତି। ମାନୁଷୀଙ୍କର ଏହା ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ପୂର୍ବରୁ ଫିଲ୍ମରେ ଥିବା ତାଙ୍କ ଲୁକ୍ ସାମ୍ନାକୁ ଆସି ସାରିଛି। ସେହିଭଳି ଫିଲ୍ମ ‘ତକ୍ତ’ରେ ରଣବୀର ସିଂହ, କରୀନା କପୁର ଖାନ, ବିକି କୌଶଲ, ଭୂମି ପେଡନେକର, ଅନୀଲ କପୁର ଏବଂ ଜାହ୍ନବୀ କପୁର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ମାର୍ଚ୍ଚ ୭ରେ ଅନୀଲ କପୁର ଏହି ଫିଲ୍ମ ପାଇଁ ପ୍ରସ୍ତୁତ ହେଉଥିବାର ଏକ ଭିଡିଓ ସେୟାର କରିଥିଲେ। ଭିଡିଓର କ୍ୟାପସନ୍ ଥିଲା, “ତଖ୍ତ ପ୍ରିପ ମୋଡ୍ ଅନ୍!”। ହେଲେ ଭିଡିଓ ସେୟାର କରିବାର କିଛି ସମୟରେ ସୁଟିଂକୁ ସ୍ଥଗିତ କରିଦିଆଯାଇଥିବା ଜଣା ପଡ଼ିଛି।