ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହୋଲି ପାଳନ
ଆଜି ସାରା ବିଶ୍ବରେ ଖୁବ୍ ଧୁମଧାମରେ ରଙ୍ଗର ପର୍ବ ହୋଲିକୁ ପାଳନ କରିଛନ୍ତି ଲୋକେ। ସାଧାରଣଜନତାଙ୍କଠାରୁ ଆରମ୍ଭ କରି କଳା ଜଗତ ଏବଂ କ୍ରିକେଟ ଜଗତର ଅନେକ ସେଲିବ୍ରିଟିମାନେ ଏହି ପର୍ବକୁ ଖୁବ୍ ଧୁମଧାମରେ ପାଳନ କରିଥିବା ଦେଖାଯାଇଛି। ସେମାନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଚର୍ଚ୍ଚାର ବିଷୟ ବନିଛି। କରୋନାଭାଇରସ ଭୟ ପାଇଁ ହୋଲି ପର୍ବ ଟିକେ ଫିକା ପଡ଼ିଥିଲେ ମଧ୍ୟ ଲୋକ ସାବଧାନତାର ସହ ହୋଲି ଖେଳିଛନ୍ତି।
ଚଳିତ ବର୍ଷ ଆରମ୍ଭରୁ ନିର୍ବନ୍ଧ କରି ନିଜ ନିଜର ପ୍ରଶଂସକଙ୍କୁ ଚମକାଇ ଦେଇଥିଲେ ଅଭିନେତ୍ରୀ ନତାଶା ଷ୍ଟାଙ୍କୋବିକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ଏହା ପରେ ପରେ ଅନେକ ଇଭେଣ୍ଟରେ ଦୁହିଁଙ୍କୁ ସାଥୀରେ ଦେଖାଯାଇଥିବା ବେଳେ ହୋଲି ପର୍ବକୁ ମଧ୍ୟ ଦୁହେଁ ସାଥୀରେ ପାଳନ କରିଥିବା ଜଣା ପଡ଼ିଛି। ହାର୍ଦ୍ଦିକ ପାଣ୍ଡ୍ୟା ହୋଲି ପାଳନର କିଛି ଫଟୋ ଟୁଇଟ୍ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି।