ନିର୍ମାଣ ଅପେକ୍ଷାରେ ଏକ ଭିଲେନ-୨
ସିଦ୍ଧାର୍ଥ ମଲହୋତ୍ରା, ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖ ଷ୍ଟାରର୍ ଫିଲ୍ମ ‘ଏକ୍ ଭିଲେନ୍’ର ନିର୍ଦ୍ଦେଶକ ମୋହିତ ସୂରୀ ଏବେ ଏହାର ସିକ୍ୱେଲ୍ ତିଆରି କରିବାକୁ ଯୋଜନା କରିଛନ୍ତି। ମାତ୍ର ଏଥର ଫିଲ୍ମରେ ଆଉ ପୁରୁଣା ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ମିଳିବ ନାହିଁ। ନିର୍ଦ୍ଦେଶକ ସବୁ ଷ୍ଟାରକାଷ୍ଟ ବଦଳାଇ ଦେଇଛନ୍ତି। ଏଥିରେ ଦର୍ଶକ ଦୁଇଟି ନୂଆ ଯୋଡ଼ିଙ୍କୁ ଦେଖିବାକୁ ପାଇବେ। ଏହି ଫିଲ୍ମରେ ଲିଡ୍ ରେଲ୍ରେ ଜନ୍ ଆବ୍ରାହମ୍, ଆଦିତ୍ୟ ରୟ କପୁର, ଦିଶା ପଟାନୀ ଓ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨’ ଫେମ୍ ତାରା ସୁତାରିଆ ଅଭିନୟ କରିବେ। ସୂଚନା ଅନୁଯାୟୀ, ଫିଲ୍ମରେ ଆଦିତ୍ୟ ରୟ କପୁର ବିପକ୍ଷରେ ତାରା ସୁତାରିଆ ଓ ଜନ୍ ଆବ୍ରାହମ୍ଙ୍କ ବିପକ୍ଷରେ ଦିଶାଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଏକ ଇଣ୍ଟେନ୍ସ ଲଭ୍ଷ୍ଟୋରୀ ଉପରେ ତିଆରି ହେବ। ଫିଲ୍ମରେ ଜନ୍ ଓ ଆଦିତ୍ୟଙ୍କ ମୁହାଁମୁହିଁ ହେବ।
ନିର୍ମାତା କହିବା ମୁତାବକ ତାଙ୍କୁ ଫିଲ୍ମ ପାଇଁ ଜଣେ ଏଭଳି ଅଭିନେତ୍ରୀଙ୍କର ଆବଶ୍ୟକତା ଥିଲା ଯିଏ ଜଣେ ସିଙ୍ଗର ଭୂମିକାରେ ଫିଟ୍ ହେଉଥିବେ। ଆଉ ତାରା ହେଉଛନ୍ତି ସତରେ ଜଣେ ସିଙ୍ଗର୍। ତେଣୁ ତାଙ୍କଠୁ ଭଲ ଅପସନ୍ ଆଉ ମିଳି ନଥା’ନ୍ତା। ଅନ୍ୟପଟେ ପ୍ରଥମ ଥର ପାଇଁ ଦର୍ଶକ ଏହି ଫିଲ୍ମରେ ଜନ୍ ଓ ଦିଶାଙ୍କ ରୋମାନ୍ସ ଦେଖିବାକୁ ପାଇବେ।