କରୋନାକୁ ନେଇ ବିଗ ବି ଅମିତାଭ ବଚନଙ୍କ କବିତା ଶେୟାର
ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସ୍ ମହାମାରୀ କାୟା ବିସ୍ତାର କରିଚାଲିଛି। ଭାରତରେ ୭୮ ଜଣ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ବେଳେ କର୍ନାଟକର ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ଏନେଇ ବିଗ୍ ବି ଅମିତାଭ ବଚ୍ଚନ ଏହି ଭାଇରସ୍କୁ ନେଇ ଏକ କବିତା ଲେଖି ତାଙ୍କ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି।
ଭିଡିଓଟିକୁ ଶେୟାର କରି ଅମିତାଭ ଲେଖିଛନ୍ତି ‘କୋଭିଡ୍-୧୯’ ବିଷୟରେ ସେ ଚିନ୍ତିତ। ଦୟାକରି ସୁରକ୍ଷିତ ରୁହନ୍ତୁ ବୋଲି ଭିଡିଓ ଜରିଆରେ ପରାମର୍ଶ ଦେଇଛନ୍ତି। କବିତା ପାଠ ପୂର୍ବରୁ ଅମିତାଭ କହିଛନ୍ତି, ନମସ୍କାର ସାଥୀଗଣ। ମୁଁ ଅମିତାଭ ବଚ୍ଚନ। ଦୀର୍ଘଦିନ ଧରି କରୋନା ଭାଇରସ୍ ବିଷୟରେ ଅନେକ କଥା ଶୁଣିବାକୁ ମିଳୁଛି। ଅନେକ କ୍ଷତି ହେଉଛି। ଅନେକ ଭୟଭୀତ ମଧ୍ୟ ଅଛନ୍ତି। ଆଜି ସକାଳେ ମୁଁ ଏଇୟା ଅନୁଭବ କଲି କି ଏହା ଉପରେ ମଧ୍ୟ ମୋତେ କିଛି କହିବାକୁ ପଡ଼ିବ। ତେଣୁ ମୁଁ କରୋନା ସମ୍ପର୍କରେ କିଛି ଧାଡ଼ି କବିତା ଲେଖିଛି। ମୋତେ କ୍ଷମା କରିବେ।