ସଞ୍ଜୁ ପାଇଁ ଏହି ଅଭିନେତା ଥିଲେ ପ୍ରଯୋଜକଙ୍କ ପ୍ରଥମ ପସନ୍ଦ

An Independent Media

ନୂଆଦିଲ୍ଲୀ : କିଛି ଦିନ ତଳେ ବଲିଉଡ଼ ଅଭିନେତା ସଲମନ ଖାନ କହିଥିଲେ ଯେ ସଞ୍ଜୟ ଦତ୍ତଙ୍କ ଆତ୍ମଜୀବନୀ ‘ସଞ୍ଜୁ’ ଚଳଚ୍ଚିତ୍ର ପାଇଁ ରଣବୀର କପୁର ସଠିକ୍‍ ଅଭିନେତା ନୁହେଁ ବରଂ ଏହି ଚରିତ୍ରରେ ନିଜେ ସଞ୍ଜୟ ଦତ୍ତ ଅଭିନୟ କରିବା ଉଚିତ୍‍ ହୋଇଥାନ୍ତା। ଏବେ ସଞ୍ଜୁ ଚଳଚ୍ଚିତ୍ର ପ୍ରଯୋଜକ ବିଧୁ ବିନୋଦ ଚୋପଡ଼ା ଏକ ଚକିତ୍‍ ବୟାନ ଦେଇଛନ୍ତି। ଏକ ସାକ୍ଷାତକାରରେ ବିନୋଦ ଚୋପଡ଼ା କହିଛନ୍ତି ଯେ ସଞ୍ଜୁ ଚଳଚ୍ଚିତ୍ର ପାଇଁ ରଣବୀର କପୁର ତାଙ୍କ ପ୍ରଥମ ପସନ୍ଦ ନଥିଲେ। ସେ ଏହି ଚରିତ୍ରରେ ଅଭିନେତା ରଣଭୀର ସିଂହଙ୍କୁ ଦେଖିବାକୁ ଚାହୁଁଥିଲେ । ରଣଭୀର ସିଂହ ତାଙ୍କର ପ୍ରଥମ ପସନ୍ଦ ଥିଲେ। ରଣବୀରଙ୍କୁ ସଞ୍ଜୁରେ ଅଭିନୟ କରାଇବାକୁ ନିର୍ଦେଶକ ରାଜକୁମାର ହିରାନି କହିଥିଲେ। ପ୍ରଯୋଜକ ବିନୋଦ ଚୋପଡ଼ା ନିର୍ଦେଶକଙ୍କ କଥାରେ ଖୁସୀନଥିଲେ। ସେ ଭାବୁଥିଲେ ଯେ ରଣଭୀର ଏହି ଚରିତ୍ରରେ ନିଖୁଣ ଅଭିନୟ କରିପାରିବେ। ରଣଭୀର ସିଂହଙ୍କ ନିକଟରେ ସଞ୍ଜୟ ଦତ୍ତଙ୍କ ଭଳି ଭାବପ୍ରବଣତା ରହିଛି ଓ ସେ ଏହି ଚରିତ୍ର ପାଇଁ ସଠିକ୍‍ ବୋଲି ବିନୋଦ ବିଚାର କରୁଥିଲେ। ହେଲେ ନିର୍ଦେଶକ ରାଜକୁମାର ହିରାନି ଏହି ଚରିତ୍ରରେ କେବଳ ରଣବୀର କପୁରଙ୍କୁ ଦେଖିବାକୁ ଚାହୁଁଥିଲେ ଓ ଏଥିପାଇଁ ସେ ଅଡିବସିଥିଲେ। ରାଜକୁମାରଙ୍କ କଥା ରହିଲା ଓ ଏହି ଚରିତ୍ରରେ ରଣବୀର କପୁର ଅଭିନୟ କଲେ। ଯେତେବେଳେ ରଣବୀର ସଂଜୟ ଦତ୍ତଙ୍କ ଚରିତ୍ରରେ ଅଭିନୟ କଲେ ସେତେବେଳେ ସେ ସମ୍ପୂର୍ଣ୍ଣ ଭାବେ ସଂଜୟ ଭଳି ମନେହେଉଥିଲେ ଓ ମୁଁ ଭୁଲ ପ୍ରମାଣିତ ହୋଇଥିଲି ବୋଲି ବିନୋଦ କହିଛନ୍ତି।

error: Thank You Keep Visiting