ବଲିଉଡ଼୍‍ର ଟ୍ରାଜେଡ଼ି କିଙ୍ଗ୍‍ ଦିଲ୍ଲୀପ କୁମାର ଗୁରୁତର : ଡ଼ାକ୍ତରଖାନାରେ ଭର୍ତ୍ତି

An Independent Media

ମୁମ୍ବଇ : ବଲିଉଡ଼୍‍ ର ଟ୍ରାଜେଡ଼ି କିଙ୍ଗ୍‍ ତଥା ପ୍ରସିଦ୍ଧ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଛାତିରେ ସଂକ୍ରମଣ ଯୋଗୁଁ ମୁମ୍ବଇ ସ୍ଥିତ ଲୀଲାବତୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ପତ୍ନୀ ସାଏରା ବାନୁ ସାମାଜିକ ଗଣମାଧ୍ୟମ ଜରିଆରେ ଦିଲ୍ଲୀପଙ୍କ ପ୍ରଶଂସକମାନଙ୍କୁ ଏହି ଖବର ଜଣାଇଛନ୍ତି। ସେ ଲେଖିଛନ୍ତି, ‘ସାହେବ ଛାତିରେ ସଂକ୍ରମଣ ଯୋଗୁଁ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଲୀଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରିବାକୁ ଆପଣମାନଙ୍କୁ ଅନୁରୋଧ’। ସୂଚନା ଅନୁସାରେ, ଗତ କିଛି ବର୍ଷ ହେବ ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଇଛି। ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ମଧ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସବୁ ସମୟରେ ସାଏରା ତାଙ୍କ ସାଥିରେ ରହିଛନ୍ତି।

error: Thank You Keep Visiting