ସଲମାନ୍‌‌ଙ୍କ ବ୍ୟାଗ୍ ର ମୂଲ୍ୟ ୧.୨୯ ଲକ୍ଷ ଟଙ୍କା

An Independent Media

ଆଜିକାଲି ସିନେତାରକାଙ୍କ ଏୟାରପୋର୍ଟ ଷ୍ଟାଇଲ୍‌କୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହୁଥିବାବେଳେ କିନ୍ତୁ ସଲମାନ୍‌‌ଙ୍କ ଗସ୍ତ ସମୟ ଗୋପନୀୟ ରଖାଯାଇଥାଏ। ଅଯଥାରେ ବିମାନବନ୍ଦରରେ ଭିଡ଼ ବଢ଼ୁ, ଏସବୁ ତାଙ୍କୁ ଆଦୌ ପସନ୍ଦ ନୁହେଁ। ଏଇ କିଛିଦିନ ତଳେ ମା’ ସଲମା ଖାନ୍‌ଙ୍କୁ ନେଇ ଇଉରୋପର ମାଲଟା ସହରରେ ବେଶ୍ କିଛି ସମୟ ସେ ଅତିବାହିତ କରିଥିଲେ। ସେଠାରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଭାରତ’ର ସୁଟିଂ ମଧ୍ୟ ଚାଲିଥିଲା। ମାଲଟାରୁ ଫେରିବା ପରେ ଅନ୍ୟ ଏକ ସୁଟିଂ କାମରେ ପୁଣି ଯୋଗଦେଇଛନ୍ତି ସଲମାନ୍। ଏଣୁ ବିମାନବନ୍ଦରକୁ ଫ୍ଲାଇଟ୍ ଧରିବା ପାଇଁ ଯାଉଥିବାବେଳେ ଏଥରକ କିନ୍ତୁ ସେ ଗଣମାଧ୍ୟମ ହାବୁଡ଼ରେ ପଡ଼ିଗଲେ। ସଲମାନ୍‌ଙ୍କ ନୂଆ ରୂପକୁ ବିଭିନ୍ନ ମହଲରେ ପସନ୍ଦ କରାଯିବା ସହ ସବୁଠୁ ମୁଖ୍ୟ ଆକର୍ଷଣ ଥିଲା ତାଙ୍କ ବ୍ୟାଗ୍। ନାମୀ କମ୍ପାନୀ ‘ଲୁଇ ଭିଟନ୍‌’ର ଏଇ ଡଫଲ୍ ବ୍ୟାଗ୍‌କୁ ସେ ନିଜେ ଧରିଥିଲେ। ଏହାର ମୂଲ୍ୟ ୧.୨୯ଲକ୍ଷ ଟଙ୍କା। ଅନ୍ୟ ସବୁ ଲଗେଜ୍ ତାଙ୍କ ସୁରକ୍ଷାକର୍ମୀ ଧରିଥିବାବେଳେ ଏଇ ବ୍ୟାଗ୍‌ଟିକୁ କିନ୍ତୁ ସଲମାନ୍ କାହାକୁ ଦେଇନଥିଲେ। ବ୍ୟାଗ୍‌ ତାଙ୍କର କେତେ ପ୍ରିୟ, ତାହା ଏହି କଥାରୁ ସ୍ପଷ୍ଟ ହୋଇଥିଲା।

error: Thank You Keep Visiting