ପ୍ରିୟଙ୍କାଙ୍କ ଉପରେ ସଲମାନ୍ ପୁଣି ଖପ୍ପା

An Independent Media

ଅଲୀ ଆବାସ୍ ଜଫର୍ ନିର୍ଦେଶିତ “ଭାରତ’ ଚଳଚ୍ଚିତ୍ରକୁ ନେଇ ତୁମ୍ବିତୋଫାନ୍ ଏବେ ପର୍ଯ୍ୟନ୍ତ ଥମିନାହିଁ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ସଲମାନ୍ ଖାନ୍ ଓ କ୍ୟାଟ୍ରିନା କେଫ୍ ଅଭିନୟ କରୁଛନ୍ତି । ଚଳଚ୍ଚିତ୍ରର ପ୍ରାରମ୍ଭିକ ପର୍ଯ୍ୟାୟ ସୁଟିଂ ଇତିମଧ୍ୟରେ ଇଉରୋପର ମାଲଟାରେ ଶେଷ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟର ଏଇ ଚଳଚ୍ଚିତ୍ରର ଘୋଷଣା ହେବା ପରେ କୁହାଯାଇଥିଲା ପ୍ରିୟଙ୍କା ଚୋପ୍ରା ଏଥିରେ ଅଭିନୟ କରିବେ । ସଲମାନ୍ ମଧ୍ୟ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହା ସ୍ପଷ୍ଟ କରିଥିଲେ । ତେବେ କିଛିଦିନ ପରେ ପ୍ରିୟଙ୍କାଙ୍କ ସ୍ଥାନରେ କ୍ୟାଟ୍ରିନାଙ୍କ ନାମ ଅଭିନେତ୍ରୀ ଭାବେ ଘୋଷଣା କରାଗଲା । ଏ ବାବଦରେ ସଲମାନ୍ କିଛି କହୁନଥିଲେ । ହେଲେ ବଲିଉଡର ଅନ୍ୟମାନେ ଟୁପରୁଟାପରୁ ଆରମ୍ଭ କରିଦେଲେ ଯେ ସଲମାନଙ୍କ ସହ ପ୍ରିୟାପ୍ରୀତି କାରଣରୁ କ୍ୟାଟ୍ରିନା ହିଁ ଚକ୍ରାନ୍ତ କରି ଏଥିରୁ ପ୍ରିୟଙ୍କାଙ୍କୁ ବାହାର କରିଦେଲେ । ସଲମାନଙ୍କ·କାନକୁ ଏ କଥା ଯିବା ପରେ ସେ ବିରକ୍ତି ପ୍ରକାଶ କରିବା ସହ ଗଣମାଧ୍ୟମ ସମ୍ମୁଖରେ ସମସ୍ତ ତଥ୍ୟ କହିଥିଲେ । ଭାରତ ଚଳଚ୍ଚିତ୍ର ଖବର ପ୍ରଚାରିତ ହେବା ପରେ ପ୍ରିୟଙ୍କା ଚୋପ୍ରା ନିଜ ଆଡ଼ୁ ସଲମାନଙ୍କ ଭଉଣୀ ଅର୍ପିତା ଖାନଙ୍କୁ ବାରମ୍ବାର ଫୋନ୍ କରି ଏଥିରେ ଏକ ସୁଯୋଗ ଦେବା ନିମନ୍ତେ ନିବଦେନ କରିଥିଲେ । ଥରେ ଦୁଇଥର ନୁହେଁ, ବରଂ ୧୦୦ଥରରୁ ଅଧିକ ସେ ଅର୍ପିତାଙ୍କୁ ଫୋନ୍ କରିଥିଲେ ବୋଲି ସଲମାନ୍ କହିଛନ୍ତି । ବଲିଉଡର ସମସ୍ତେ ଖୁବ୍ ଭଲଭାବେ ଜାଣନ୍ତି ଯେ ସାନ ଭଉଣୀ ଅର୍ପିତାର କୌଣସି କଥାକୁ ସଲମାନ୍ କାଟିପାରନ୍ତି ନାହିଁ । ଏଣୁ ଅର୍ପିତା ଯେତେବେଳେ ବଡ଼ ଭାଇଙ୍କୁ ଏକଥା କହିଲେ, କିଛି ଚିନ୍ତା ନ କରି ସଲମାନ୍ ତୁରନ୍ତ ହଁ ଭରିଲେ । ଯେତେବେଳେ ସୁଟିଂ ଆରମ୍ଭ ପ୍ରସଙ୍ଗ ଆଲୋଚନା ହେଲା, ପ୍ରିୟଙ୍କା ଧରାଛୁଆଁ ଦେଲେନାହିଁ । ଏପରିକି ସଲମାନଙ୍କ ଫୋନ୍ ମଧ୍ୟ ପ୍ରିୟଙ୍କା ଉଠାଇଲେ ନାହିଁ । ଶେଷରେ ବାଧ୍ୟ ହୋଇ ସଲମାନ କ୍ୟାଟ୍ରିନାଙ୍କୁ ନିବେଦନ କଲେ । ଜଣେ ଉତ୍ତମ ବନ୍ଧୁ ଭାବେ ସେ ମଧ୍ୟ ସଲମାନଙ୍କୁ ସହଯୋଗ କଲେ । ଏ ବାବଦରେ ଦବଙ୍ଗ ଖାନ୍ କହିଛନ୍ତି, ପରେ ପ୍ରିୟଙ୍କା ମୋତେ କହିଲେ ବିବାହ ଯୋଜନା ଥିବାରୁ ସେ ଭାରତ ଚଳଚ୍ଚିତ୍ରରୁ ଓହରି ଆସିଲେ । ସଲମାନ୍ କିନ୍ତୁ କହିଛନ୍ତି ପ୍ରିୟଙ୍କା ଏବେ ହଲିଉଡ ଯୋଜନାରେ, ସେ ଆଉ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିବେ ନାହିଁ ।

error: Thank You Keep Visiting