ମୋର ପ୍ରଶଂସକମାନେ ମତେ ଆଖିବନ୍ଦ କରି ଭରସା କରନ୍ତି : ସଲମାନ

An Independent Media

ମୁମ୍ବଇ : ୟଶରାଜ ବ୍ୟାନରରେ ର୍ନିମିତ ଲୋକପ୍ରିୟ ଚଳଚ୍ଚିତ୍ର ସିରିଜ “ଧୁମ’ ସବୁ ସମୟରେ ଚର୍ଚ୍ଚାରେ ରହିଥାଏ । ଏହାର ଚତୁର୍ଥ ସିରିଜ ତଥା “ଧୁମ-୪’ ବହୁଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ପ୍ରତି “ଧୁମ’ ଚଳଚ୍ଚିତ୍ରରେ ଚୋର ଭୂମିକାକୁ ସବୁ ସମୟରେ ପରିବର୍ତ୍ତନ କରାଯାଏ । କିନ୍ତୁ ପୁଲିସ ଭୂମିକାରେ ଅଭିନୟ କରୁଥିବା ଅଭିଷେକ ବଚ୍ଚନ ଓ ଆଦିତ୍ୟ ଚୋପ୍ରାଙ୍କୁ କେବେ ବି ପରିବର୍ତ୍ତନ କରାଯାଏ ନାହିଁ । ଚଳିତ “ଧୁମ-୪’ରେ ଅଭିନେତା ସଲମନ ଖାନ ଅଭିନୟ କରିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । କିନ୍ତୁ କିଛିଦିନ ପରେ ଅଭିନେତା ସଲମନ ଏହି ଚଳଚ୍ଚିତ୍ର କରୁନାହାନ୍ତି ବୋଲି ସୂଚନା ମିଳିଥିଲା ।
ନିକଟରେ ଏକ ସାକ୍ଷାତକାରରେ ସଲମନ କହିଥିଲେ, “ମୋର ପ୍ରଶଂସକ ମାନେ ମତେ ଆଖିବନ୍ଦ କରି ଭରସା କରନ୍ତି । ତେଣୁ ମୁଁ କୌଣସି ନକରାତ୍ମକ ଚରିତ୍ର କରିବାକୁ ଚାହୁଁନାହିଁ’ ।
ଅଭିନେତା ଅଭିଷେକ ବଚ୍ଚନଙ୍କୁ ଏହି ଚଳଚ୍ଚିତ୍ରରୁ ବାହାର କରିବା ପାଇଁ ସଲମନ ଚାହୁଁଥିଲେ । କିନ୍ତୁ ଅଭିଷେକ ଏକ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ନେଇ ସେ ଚଳଚ୍ଚିତ୍ରରରୁ ବାହାରି ନଥିଲେ । ଯାହାଫଳରେ ସଲମନ ଏହି ଚଳଚ୍ଚିତ୍ର ଛାଡିଥିବା ଗୁଜବ ସୃଷ୍ଟି ହୋଇଥିଲା । “ଧୁମ-୪’ ଚଳଚ୍ଚିତ୍ର ପାଇଁ ବର୍ତ୍ତମାନ ନିର୍ଦ୍ଦେଶକ ଅଭିନେତା ରଣବୀର କାପୁର, ଶାହାରୁଖ ଖାନ ପ୍ରମୁଖ କଳାକାରମାନଙ୍କୁ ସମ୍ପର୍କ କରାଯାଉଥିବା ନେଇ ସୂଚନା ଦେଇଛନ୍ତି ।

error: Thank You Keep Visiting