ଲଭରାତ୍ରି ଚଳଚ୍ଚିତ୍ରକୁ ନେଇ ଅଡ଼ୁଆରେ ସଲମାନ

An Independent Media

ନୂଆଦିଲ୍ଲୀ: “ଲଭରାତ୍ରି’ ଚଳଚ୍ଚିତ୍ରକୁ ନେଇ ଅଡୁଆରେ ପଡିଛନ୍ତି ବଲିଉଡ ଅଭିନେତା ସଲମାନ ଖାଁ । ଚଳଚ୍ଚିତ୍ରର ଶିରୋନାମା ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗକୁ ଆଘାତ ଦେଉଥିବା ନେଇ ଅଭିଯୋଗ ହୋଇଛି । ଏଥିପାଇଁ ସଲମାନ ଓ ଚଳଚ୍ଚିତ୍ରରେ ଅଭିନୟ କରିଥିବା ୭ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ବିହାର ମୁଜାଫରପୁରସ୍ଥିତ ଏକ ଅଦାଲତ ନିର୍ଦେଶ ଦେଇଛନ୍ତି । ଚଳଚ୍ଚିତ୍ର “ଲଭରାତ୍ରି’ ଦୁର୍ଗାଦେବୀଙ୍କ ନବରାତ୍ରି ପୂଜା ଉପରେ ଆଧାରିତ । ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଏହି ଚଳଚ୍ଚିତ୍ରକୁ ନେଇ ଆପତ୍ତି ଉଠାଇଥିଲା । ଭିଏଚପିର ଆନ୍ତର୍ଜାତିକ କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର କହିଥିଲେ ଯେ ଚଳଚ୍ଚିତ୍ରକୁ ସିନେମା ହଲେରେ ପ୍ରଦର୍ଶନ କରିବାକୁ ଦିଆଯିବ ନାହିଁ ।

error: Thank You Keep Visiting