ପୂର୍ବତନ ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା

An Independent Media

୪ ବର୍ଷରେ ପାଦଦେଲେଣି ପୂର୍ବତନ ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ, ହେଲେ ବର୍ତ୍ତମାନ ସୁଦ୍ଧା ବୟସର ପ୍ରଭାବ ଐଶଙ୍କ ସୌନ୍ଦର୍ଯ୍ୟକୁ କବଳିତ କରିପାରିନାହିଁ। ନିକଟରେ ଏକ ବିଦେଶୀ ପତ୍ରିକା ସହ ସାକ୍ଷାତକାରରେ ବ୍ୟସ୍ତ ଥାନ୍ତି ଐଶ୍। ବିଭିନ୍ନ ପ୍ରସଙ୍ଗ ଆଲୋଚନା ହେବା ପରେ ଉପସ୍ଥାପିକା ତାଙ୍କୁ କେତେକ ଘରୋଇ କଥା ପଚାରିଥିଲେ। ଘରେଐଶଙ୍କୁ ସମସ୍ତେ କେଉଁ ନାମରେ ଡାକନ୍ତି ବୋଲି ମଧ୍ୟ ସେ ପଚାରିଥିଲେ। ନିଃସଙ୍କୋଚରେ ଐଶ୍ କହିଥିଲେ, ବାପ ଘରେ ତାଙ୍କୁ ଗୁଲ୍ଲୁ ନାମରେ ସମସ୍ତେ ଡାକନ୍ତି। ଶାଶୂ ଘରେ ଶ୍ବଶୁର ଅମିତାଭ ଓ ଶାଶୂ ଜୟା ହିଁ ତାଙ୍କୁ ଏହି ନାମରେ ଡାକନ୍ତି। ସ୍ବାମୀ ଅଭିଷେକ ତାଙ୍କୁ ସଂଖ୍ୟାଧିକ ନାମରେ ଡାକନ୍ତି ବୋଲି ହସିହସି କହିଥିଲେ ଐଶ୍।ପିଲାବେଳେ ତାଙ୍କ ଗୁଲୁଗୁଲିଆ ଚେହେରା ପାଇଁ ବାପା ଝିଅର ନାମ ‘ଗୁଲ୍ଲୁ’ ଦେଇଥିଲେ। ମାଙ୍ଗାଲୋର ଭାଷାରେ ଗୁଲ୍ଲୁର ଅର୍ଥ ହେଉଛି ସୁନ୍ଦରିଆ ଶିଶୁ। ଐଶଙ୍କ ଜନ୍ମ ସମୟରେ ତାଙ୍କ ପରିବାର ମାଙ୍ଗାଲୋରରେ ହିଁ ଥିଲେ। ବିବାହ ପରେ ଯେତେବେଳେ ଶ୍ବଶୁର ପ୍ରଥମଥର ତାଙ୍କୁ ଗୁଲ୍ଲୁ ନାମରେ ଡାକିଥିଲେ, ଐଶ୍ ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ଅମିତାଭ ହିଁ ତାଙ୍କୁ ବୁଝାଇଥିଲେ, ଝିଅଟିଏ ବୋହୂ ହେବା ପରେ ମଧ୍ୟ ଶାଶୂ ଘରେ ବାପଘରର ସ୍ପର୍ଶ ଯେପରି ପାଉ, ସେଥିପାଇଁ ତାଙ୍କୁ ଏହି ଗେହ୍ଲା ନାମରେ ଡକାଯାଉଛି। ଆଜିକାଲି ୬ ବର୍ଷର ଝିଅ ଆରାଧ୍ୟ ମଧ୍ୟ ବାପା ଅଭିଷେକଙ୍କ ସହ ମିଶି ଐଶଙ୍କୁ ‘ଗୁଲ୍ଲୁ..ଗୁଲ୍ଲୁ’ କହି ଚିଡ଼ାଉଛି। ହେଲେ ବାପାଙ୍କ ଏଇ ଗେହ୍ଲା ନାମରେ ବରଂ ତାଙ୍କୁ ଅଧିକ ଖୁସିଲାଗିଥାଏ ବୋଲି କହିଛନ୍ତି ଐଶ୍। ଏବେ ଆଗାମୀ ଚଳଚ୍ଚିତ୍ର ‘ଫେନି ଖାନ୍’ର ପୋଷ୍ଟ-ପ୍ରଡକ୍ସନ୍ କାମରେ ବ୍ୟସ୍ତ ଅଛନ୍ତି ସେ। ମିଳିଥିବା ଖବର ଅନୁସାରେ, ଐଶ୍‌ଙ୍କ ଝିଅ ଆରାଧ୍ୟା ପାଠପଢ଼ା ଓ ଚେସ୍ ଖେଳରେ ବେଶ୍ ଧୁରୀଣା। ଆରାଧ୍ୟାର ପାଠପଢ଼ାର ଦାୟିତ୍ବ ଜେଜେମା’ ଜୟା ବଚ୍ଚନ ନେଇଛନ୍ତି।

error: Thank You Keep Visiting