ଅଭିନେତା ଦଲିପ ତାହିଲ ଗିରଫ

An Independent Media

ନୂଆଦିଲ୍ଲୀ : ବଲିଉଡ଼ ସିନେଜଗତର ଜଣାଶୁଣା ଅଭିନେତା ଦଲିପ ତାହିଲ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ବେଳେ ଅଟୋ ସହ ଦୁର୍ଘଟଣା କରିଥିବାର ଅଭିଯୋଗ ଆସିଛି । ସୋମବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ଅଟୋରେ ଥିବା ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଏହି ମାମଲାରେ ପୁଲିସ ଦଲିପଙ୍କୁ ସୋମବାର ଗିରଫ କରିଛି । ଖାର ଥାନାର ବରିଷ୍ଠ ପୁଲିସ ଇନ୍ସପେକ୍ଟର ସଞ୍ଜୟଙ୍କ କହିବା ଅନୁସାରେ, ଦଲିପଙ୍କୁ ଗିରଫ କରାଯାଇଥିଲା, ହେଲେ ପରେ ତାଙ୍କୁ ବେଲ୍ ରେ ଛାଡ଼ି ଦିଆଯାଇଛି । ପୁଲିସ ଏହା ମଧ୍ୟ କିହିଛି ଯେ, ଦଲିପ ରକ୍ତ ପରୀକ୍ଷା କରାଇବା ପାଇଁ ରାଜି ହୋଇ ନଥିଲେ ଓ ତାଙ୍କୁ ଦେଖି ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସେ ନିଶା ଦ୍ରବ୍ୟ ସେବନ କରିଥିଲେ ।

ସୂଚନାନୁସାରେ, ସୋମବାର ରାତିରେ ଦଲିପ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ବେଳେ ତୀବ୍ର ଗତିରେ ଥିବା ତାଙ୍କ ଗାଡ଼ି ଏକ ଅଟୋ ସହ ପିଟି ହୋଇଯାଇଥିଲା । ସେହି ଅଟୋରେ ଥିବା ୨୧ ବର୍ଷିୟ ଜୋନିତା ଗାନ୍ଧୀ ନାମକ ମହିଳା ଓ ତାଙ୍କ ବନ୍ଧୁ ଗୌରବ ଚୁଧ୍ ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ, ଅଟୋ ସହ ଧକ୍କା କରିବା ପରେ ଦଲିପ ଫେରାର ହୋଇଯାଇଥିଲେ, ହେଲେ ଗଣେଶ ବିସର୍ଜନ କାରଣରୁ ରାସ୍ତା ଭିଡ଼ ଥିବାରୁ ସେ ତୀବ୍ର ଗତିରେ କାର ଚଳାଇ ପାରି ନଥିଲେ । ଯାହାଦ୍ୱାରା ଅଟୋରେ ଯାଉଥିବା ଦୁଇ ଜଣ ତାଙ୍କୁ ଧରିବାରେ ସଫଳ ହୋଇଥିଲେ ।

ଏହାପରେ ଆହତ ଗୌରବ ଅଭିନେତା ଦଲିପଙ୍କୁ ତାଙ୍କ ଗାଡ଼ିରୁ ବାହାରକୁ ଆସିବାକୁ କହିଥିଲେ । ହେଲେ କ୍ଷମା ମାଗିବା ପରିବର୍ତ୍ତେ ଦଲିପ ଅଟୋରେ ଯାଉଥିବା ଦୁଇ ଜଣଙ୍କ ସହ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ ଓ ସେମାନଙ୍କୁ ଧକ୍କା ମଧ୍ୟ ମାରିଥିଲେ । ଏହି ଘଟଣା ପରେ ଜୋନିତା ଓ ଗୌରବ ପୁଲିସକୁ ଫୋନ କରିଥିଲେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦଲିପଙ୍କୁ ଗିରଫ କରିଥିଲା ।

error: Thank You Keep Visiting