“ଭାରତ’ରେ ଏକ ମୁଖ୍ୟ ଭୂମିକାରେ ଦେଖାଦେବେ ସୁନୀଲ ଗ୍ରୋଭର୍

An Independent Media

ଅଭିନେତା ସୁନୀଲ ଗ୍ରୋଭର୍ ଆଜିକାଲି ବଡ଼ ବ୍ୟାନରରେ କାମ କରୁଛନ୍ତି । ଦବଙ୍ଗ ଖାନ୍ ସଲମାନଙ୍କ ସହ ଆଗାମୀ ଚଳଚ୍ଚିତ୍ର “ଭାରତ’ରେ ସେ ଏକ ମୁଖ୍ୟ ଭୂମିକାରେ ଦେଖାଦେବେ । ମିଳିଥିବା ଖବର ଅନୁସାରେ, ସଲମାନ୍ ନିଜେ ନିର୍ଦେଶକଙ୍କୁ ସୁନୀଲଙ୍କ ନାମ ପ୍ରସ୍ତାବ କରିଥିଲେ । ସୁନୀଲ ଏବେ ଯଦିଓ କ୍ୟାରିୟର ଦୃଷ୍ଟିରୁ ବେଶ୍ ସଫଳ ଅଛନ୍ତି, କିନ୍ତୁ ନିଜ ପୁରୁଣା ଲୋକପ୍ରିୟ ଭୂମିକା “ଡକ୍ଟର ମଶହୁର ଗୁଲାଟି’ ଚରିତ୍ରକୁ ଏଯାଏଁ ଭୁଲି ପାରିନାହାନ୍ତି । ହାସ୍ୟ କଳାକାର କପିଲ ଶର୍ମାଙ୍କ ସହ ମନୋମାଳିନ୍ୟ କାରଣରୁ “ଦ କପିଲ ଶର୍ମା ଶୋ’ ଶେଷରେ ବନ୍ଦ ହୋଇଥିଲା । ତେବେ ସୁନିଲଙ୍କୁ ପୁନର୍ବାର ସୁଯୋଗ ମିଳିଛି ଏଇ ଚରିତ୍ରରେ ଅବତୀର୍ଣ୍ଣ ହେବା ନିମନ୍ତେ । ସୋନି ଟିଭିର ଏକ କାର୍ଯ୍ୟକ୍ରମରେ ଦୁଇଟି ଏପିସୋଡ୍ ନିମନ୍ତେ ସେ “ଡକ୍ଟର ମଶହୁର ଗୁଲାଟି’ଚରିତ୍ରରେ ଅବତୀର୍ଣ୍ଣ ହେବେ ବୋଲି ଜଣାପଡ଼ିଛି । ଅଳ୍ପ ସମୟ ପାଇଁ ପଛକେ ହେଉ, କିନ୍ତୁ ତାଙ୍କ ପ୍ରିୟ ଭୂମିକାରେ ପୁନଃ ସୁଯୋଗ ମିଳିଥିବାରୁ ଖୁବ୍ ଖୁସି ଥିବାର ସୁନୀଲ କହିଛନ୍ତି ।

error: Thank You Keep Visiting