ଠିକାଦାରଙ୍କ ଦ୍ୱାରା ଠକେଇର ଶିକାର ହେଲେ ଅନୁରାଧା ପଢ଼ୌୱାଲ

An Independent Media

ମୁମ୍ବାଇ: ଜଣାଶୁଣା ପ୍ରସିଦ୍ଧ ଗାୟିକା ଅନୁରାଧା ପଢୌୱାଲଙ୍କୁ କିଛି ଠିକାଦାର ଠକି ଦେଇଥିବା ଅଭିଯୋଗ ହୋଇଛି । ସେ ଏକ ଫ୍ଲାଟ କିଣିବା ପାଇଁ ଠିକାଦାର ତଥା ବିଲଡରମାନଙ୍କୁ ଟଙ୍କା ଦେଇଥିଲେ । ମାତ୍ର ଏହି ଫ୍ଲାଟକୁ ଏହି ଠିକାଦାରମାନେ ଅନେକ ଲୋକଙ୍କୁ ବିକି ଦେଇଥିବା ସେ ପରେ ଜାଣିବାକୁ ପାଇଥିଲେ । ରାଜୁ ସୁଲେରେ ଓ ଅବିନାଶ ଧୋଲେ ନାମକ ଦୁଇଜଣ ବିଲଡରଙ୍କ ସହ ଆଉ ୫ ଜଣ ମିଶି ଅନୁରାଧା ପଢୌୱାଲଙ୍କ ସହ ଅନକ ଲୋକଙ୍କୁ ଗୋଟିଏ ଫ୍ଲାଟ ବିକ୍ରି କରି ଦେଇଥିଲେ । ଥାନାରେ ଅଭିଯୋଗ ହେବାପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଅର୍ନାଲା ବେଳାଭୂମି ନିକଟରେ ବହୁତ ଶସ୍ତାରେ ଫ୍ଲାଟ ନିର୍ମାଣ କରି ବିକ୍ରି କରାଯିବା ବୋଲି ଏହି ଲୋକମାନେ ବିଜ୍ଞାପନ ଦେବା ସହ ଅନେକ ନିବେଶକଙ୍କଠାରୁ ଟଙ୍କା ଠକି ନେଇଥିଲେ । ଏହାପରେ ନକଲି କାଗଜ ପତ୍ର ତିଆରି କରି ଗୋଟିଏ ଫ୍ଲାଟକୁ ଅନେକ ଲୋକଙ୍କୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

error: Thank You Keep Visiting