ଶେଷରେ ଆଇନର ଦ୍ୱାରସ୍ଥ ହେଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ

Straight to the Point

ମୁମ୍ବାଇ: ମୁମ୍ବାଇ ଓସିୱାରା ପୁଲିସ ଷ୍ଟେସନରେ ଅନୁଭବି କଳାକାର ନାନା ପାଟେକରଙ୍କ ବିରୋଧରେ ସେ ଅସଦାଚରଣ ନେଇ ଏତଲା ଦେଇଛନ୍ତି । ଏତଲାରେ ବଲିଉଡରେ ଜଣାଶୁଣା କୋରିଓଗ୍ରାଫର୍ ଗଣେଶ ଆଚାର୍ଯ୍ୟଙ୍କ ନାମ ମଧ୍ୟ ଅଛି । ମୁମ୍ବାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ତନୁଶ୍ରୀ ଅଭିଯୋଗ କରିଛନ୍ତି, ୨୦୦୮ ମସିହାରେ “ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମ ସୁଟିଂ ସେଟରେ ଅସଦାଚରଣ କରିଥିଲେ ନାନା ପାଟେକର । ଫିଲ୍ମର ଏକ ଗୀତ ସୁଟିଂ ବେଳେ ତାଙ୍କ ସହ ଅସଦାଚରଣ ହୋଇଥିବା ନେଇ ଆଗରୁ ବିଭିନ୍ନ ଗଣମାଧ୍ୟମରେ ତନୁଶ୍ରୀ ଅଭିଯୋଗ କରିଥିଲେ ।

ଗତ କିଛି ଦିନ ଧରି ଅସଦାଚରଣ ଅଭିଯୋଗକୁ ନେଇ ବିବାଦ ଘନେଇଥିଲା । ୧୦ ବର୍ଷ ତଳେ ଅସଦାଚରଣ ସମ୍ପର୍କରେ ସେ ସିନେ କଳାକାର ସଂଘ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନ ଥିବା କହିଥିଲେ ତନୁଶ୍ରୀ । ଏପରିକି ସେତେବେଳେ ନାନା ପାଟେକରଙ୍କ ସମର୍ଥନରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର କର୍ମୀମାନେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ତନୁଶ୍ରୀ କହିଥିଲେ । ସେପଟେ ଏହି ଅଭିଯୋଗକୁ ବଲିଉଡ୍ର ଭେଟେରାନ ଅଭିନେତା ନାନା ପାଟେକର ଖଣ୍ଡନ କରିଛନ୍ତି ।

ଏଭିଳି ଭିତ୍ତିହୀନ ଅଭିଯୋଗ ଦ୍ୱାରା ତାଙ୍କର ସମ୍ମାନ ହାନୀ ହୋଇଥିବା ଦର୍ଶାଇ ତନୁଶ୍ରୀଙ୍କୁ ସେ ଲିଗାଲ୍ ନୋଟିସ୍ ପଠାଇଥିଲେ । ତନୁଶ୍ରୀଙ୍କ ଅଭିଯୋଗ ପରେ ଏବେ ବଲିଉଡ୍ କଳାକାରମାନେ ତାଙ୍କୁ ସମର୍ଥନ ଜଣାଇଛନ୍ତି । ନିଜ ପ୍ରତି ହୋଇଥିବା ଅସଦାଚରଣ ଘଟଣାକୁ ଯେପରି ଢଙ୍ଗରେ ଲୋକଙ୍କ ସମ୍ମୁଖକୁ ଆଣିଛନ୍ତି ସେଥିପାଇଁ ତାଙ୍କୁ ପ୍ରଶଂସା କରିବା ଦରକାର ବୋଲି ବଲିଉଡ୍ କଳାକାରମାନେ ଟୁଇଟ୍ କରିଛନ୍ତି ।

error: Thank You Keep Visiting