ଦବଙ୍ଗ ୩ ଜରିଆରେ ଏକାଠି ହେବେ ଅରବାଜ-ମଲ୍ଲାଇକା

Straight to the Point

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନଙ୍କ ଦବଙ୍ଗକୁ ଇତି ମଧ୍ୟରେ ୮ ବର୍ଷ ପୂରା ହେବାକୁ ବସିଲାଣି । ଏହାର ଆଗାମୀ ସିକ୍ୱେଲ ଦବଙ୍ଗ ୩ ର ତିଆରିକୁ ନେଇ ଭାଇଜାନ ଘୋଷଣା କରି ସାରିଲେଣି । ସୁପରଷ୍ଟାର ସଲମାନ ଖାନ ଓ ଅଭିନେତ୍ରୀ ସୋନାକ୍ଷୀଙ୍କ ଯୋଡିକୁ ବଡ ପରଦାରେ ଦର୍ଶକ ବହୁତ ପସନ୍ଦ କରନ୍ତି । ତେବେ ଦର୍ଶକ ଦବଙ୍ଗ ୩ ପୂର୍ବରୁ ଏହି ଯୋଡ଼ିକୁ ଏକାଠି ଦେଖିବାର ମୌକା ପାଇବେ । ରିୟଲିଟି ଶୋ ବିଗ୍ ବସରେ ଅତିଥି ଭାବେ ଯୋଗ ଦେବେ ସୋନାକ୍ଷୀ ସିହ୍ନା । ସ୍ପେଶାଲ ଏପିସୋଡରେ ସୋନାକ୍ଷୀଙ୍କ ଡ୍ୟାନ୍ସ ପରଫରମାନ୍ସ ମଧ୍ୟ ଦେଖିବାକୁ ମିଳିବ । ସାଧାରଣ ଲୋକ ଓ ପ୍ରଶଂସକଙ୍କ ସମ୍ନାରେ ସୋନାକ୍ଷୀ-ସଲମାନଙ୍କ ଯୋଡି ସୁପରହିଟ। ଏହି ଯୋଡି ଦବଙ୍ଗ ସିରିଜର ତୃତୀୟ ଫିଲ୍ମ ଦବଙ୍ଗ ୩ରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବା ହୋଇଥିବାବେଳେ ବିବାହ ବିଚ୍ଛେଦ ପରେ ପ୍ରଥମଥର ପାଇଁ ଅରବାଜ ଖାନ ଓ ମଲ୍ଲାଇକା ଅରୋରା ମଧ୍ୟ ଏକାଠି ନଜର ଆସିବେ ଓ ପ୍ରଯୋଜନା ମଧ୍ୟ ଉଭୟ ମିଶି ଦେଉଛନ୍ତି ।

error: Thank You Keep Visiting