ଶାହାରୁଖ୍ ପାଳୁଛନ୍ତି ତାଙ୍କ ୫୨ତମ ଜନ୍ମ ଦିବସ

An Independent Media

ଆଜି ଶାହାରୁଖ୍ ପାଳୁଛନ୍ତି ତାଙ୍କ ୫୨ତମ ଜନ୍ମ ଦିବସ । ବଲିଉଡରେ ରୋମାନ୍ସ କିଙ୍ଗ୍ ଶାହାରୁଖ୍ ଖାନଙ୍କ ଅଭିନୟ ଆଉ ରୋମାନ୍ସରେ ପିଲାଠୁ ଆରମ୍ଭକରି ବୃଦ୍ଧ ଏବଂ ସବୁ ବର୍ଗର ବ୍ୟକ୍ତିଙ୍କୁ ସେ ବାନ୍ଧି ରଖିଛନ୍ତି । ନିଜର ପରିଶ୍ରମ ଓ ଦମଦାର୍ ଅଭିନୟ ପାଇଁ ଆଜି ସେ ବଲିଉଡର କିଙ୍ଗ୍ ଖାନ୍ ସାଜିଛନ୍ତି । ଏହି ଚର୍ଚ୍ଚିତ ଅଭିନେତା ଜଣଙ୍କ ଷ୍ଟ୍ରଗଲିଂର କାହାଣୀ ଆପଣ ଅଳ୍ପ ବହୁତେ ଜାଣିଥିବେ । ତେବେ ତାଙ୍କ ଜୀବନର ଆଜି ଆଉ କିଛି ରାଜ ଉପରୁ ପରଦା ଉଠେଇବା । ଚାଲନ୍ତୁ ଜାଣିବା ସେ ବିଷୟରେ ।

ଶାହାରୁଖ୍ ନୁହେଁ ଅବ୍ଦୁଲ୍ : ଆପଣ ଯାହାଙ୍କୁ ଶାହାରୁଖ୍ ଖାନ୍ ନାମରେ ଜାଣନ୍ତି ତାଙ୍କର ପ୍ରକୃତ ନାମ ଶାହାରୁଖ୍ ନୁହେଁ । ତାଙ୍କର ପ୍ରକୃତ ନାମ ହେଉଛି ଅବ୍ଦୁଲ୍ ରହମାନ୍ । ଶାହାରୁଖଙ୍କ ଏହି ନାମ ତାଙ୍କ ଆଈ ରଖିଥିଲେ । କିନ୍ତୁ ଏହି ନାମ କେଉଁଠି ବି ରେଜିଷ୍ଟର ହୋଇନାହିଁ । ଶାହାରୁଖଙ୍କ ବାପା ତାଙ୍କ ନାମ ବଦଳାଇ ଶାହାରୁଖ୍ ଖାନ୍ ରଖିଥିଲେ ।

୧୪ ବର୍ଷରୁ ପ୍ରେମ ପରେ ବାହାଘର: ଶାହାରୁଖଙ୍କ ଲଭ୍ ତଥା ପତ୍ନୀ ଗୌରୀ ଖାନ୍ ଯେତେବେଳେ ୧୪ ବର୍ଷର ଥିଲେ ଶାହାରୁଖ୍ ତାଙ୍କୁ ପ୍ରେମ କରି ବସିଥିଲେ । ସାହାରୁଖଙ୍କୁ ସେତେବେଳେ ୧୮ ବର୍ଷ ହୋଇଥିଲା । ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

୧୫ ବର୍ଷ ବୟସରେ ହୋଇଥିଲେ ବାପ ଛେଉଣ୍ଡ: ଶାହାରୁଖ୍ ଯେବେ ୬ ବର୍ଷର ଥିଲେ ସେତେବେଳେ ତାଙ୍କ ଆଈ ତାଙ୍କୁ ତାଙ୍କ ପାଖକୁ ନେଇ ଯାଇଥିଲେ । ସେ ତାଙ୍କ ଆଈଙ୍କ ପାଖରେ ହିଁ ରହୁଥିଲେ । କିନ୍ତୁ ତାଙ୍କ ଆଈଙ୍କ ଦେହାନ୍ତ ପରେ ସେ ପୁଣି ତାଙ୍କ ବାପା ମା’ଙ୍କ ପାଖକୁ ଆସି ରହିଥିଲେ । ଦୁର୍ଭାଗ୍ୟକୁ ଶାହାରୁଖ୍ ଯେତେବେଳେ ୧୫ ବର୍ଷ ବୟସର ହୋଇଥିଲେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିଲା ।

ପ୍ରଥମ ରୋଜଗାର ଥିଲା ୫୦ ଟଙ୍କା: ଅଭିନୟ ଦୁନିଆରେ କାମ କରିବା ପୂର୍ବରୁ ଶାହାରୁଖ୍ ସିନେମା ହଲ୍ ବାହାରେ ଟିକେଟ୍ ବିକ୍ରି କରୁଥିଲେ । ସେଥିରୁ ସେ ୫୦ ଟଙ୍କା ପାଇଥିଲେ । ଯାହା ତାଙ୍କର ପ୍ରଥମ ରୋଜଗାର ଥିଲା । ଏମିତି ଶୁଣିବାକୁ ମିଳେ ଯେ ପଙ୍କଜ ଉଦାଶଙ୍କ ଶୋ’ରେ ପ୍ରଥମେ ସେ କାମ ପାଇଥିଲେ ।

ହୋଟେଲରେ ଚାକିରି: ଜାଣିଛନ୍ତି ଆଉ ଗୋଟିଏ କଥା ହେଉଛି ବଲିଉଡରେ ଆସିବା ପୂର୍ବରୁ କିଙ୍ଗ୍ ଖାନ୍ ଏକ ରେଷ୍ଟୁରାଣ୍ଟରେ ବି କାମ କରୁଥିଲେ । ଶାହାରୁଖ୍ ଜଣେ ମଧ୍ୟବିତ୍ତ ପରିବାରର ପିଲା ଥଲେ । ତାଙ୍କର ସବୁଠୁ ଅଧିକ ନିକଟତ୍ତର ଥିଲେ ବାପା ମୀର ତାଜ୍ ମହମ୍ମଦ ଖାନ୍ ।

ପ୍ରିୟ ଅଭିନେତା ଓ ଅଭିନେତ୍ରୀ: ଶାହାରୁଖଙ୍କ ପ୍ରିୟ ଅଭିନେତା ହେଉଛନ୍ତି ଦିଲ୍ଲୀପ୍ କୁମାର ଓ ପ୍ରିୟ ଅଭିନେତ୍ରୀ ମୁମତାଜ୍ । ଅଭିନୟ କରିବା ସମୟରେ ସେ ପ୍ରାୟତଃ ଦିଲ୍ଲୀପ୍ କୁମାରଙ୍କ କପି କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ତାଙ୍କୁ ସବୁବେଳେ ଲାଗେ ଯେ ସେ ଅଭିନୟ ପାଇଁ ଠିକ୍ ନୁହନ୍ତି ।

ଅଭିନୟ କରିବାକୁ ଚାହୁଁ ନଥିଲେ: ନିଜ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ରୋମାନ୍ସ କିଙ୍ଗ୍ କେବେବି ଅଭିନୟ ଦୁନିଆକୁ ଆସିବାକୁ ଚାହୁଁ ନଥିଲେ । ସେ ଇଣ୍ଡିଆନ୍ ଆର୍ମୀରେ ଯିବାକୁ ଚାହୁଁଥିଲେ । ଏଥିପାଇଁ ସେ ଏକ ଆର୍ମି ସ୍କୁଲରେ ନାମ ମଧ୍ୟ ଲେଖାଇଥିଲେ । କିନ୍ତୁ ତାଙ୍କ ମା’ ଚାହୁଁ ନଥିଲେ ସେ ଆର୍ମୀରେ ଯାଆନ୍ତୁ ବୋଲି । ତେଣୁ ସେ ଆର୍ମୀରେ ଯିବାର ଇଚ୍ଛା ଛାଡ଼ିଦେଲେ ।

ପ୍ରଥମ ଟିଭି ସିରିଏଲ୍ : ୧୯୮୯ରେ ସେ ପ୍ରଥମ ଟିଭି ସିରିଏଲ୍ “ଫୌଜୀ’ରେ ଅଭିନୟ କରି ନିଜର ଅଭିନୟ ଜଗତରେ ପାଦ ରଖିଥିଲେ । ତା’ପରେ କିଛି ଦିନ ପାଇଁ ସେ ଅଭିନୟରୁ ଦୂରେଇ ଯାଇଥିଲେ । କିନ୍ତୁ ୧୯୯୧ରେ ସେ ଅଭିନୟ ସ୍କୁଲ୍ ଜଏନ୍ କରିଥିଲେ । ମା’ଙ୍କ ଦେହାନ୍ତ ପରେ ଅଭିନୟରେ ନିଜ କ୍ୟାରିଅର କରିବା ପାଇଁ ସେ ଦିଲ୍ଲୀରୁ ମୁମ୍ବାଇ ଚାଲିଆସିଥିଲେ । ପରେ ସେ ଗୋଟିଏ ଦିନରେ ୫ଟି ଫିଲ୍ମ ସାଇନ୍ କରିଥିଲେ ।

ଆଇରନ୍ ହୋଇଥିବା ବସ୍ତ୍ର ପିନ୍ଧି ଶୋଇପଡନ୍ତି: ଏକ ସାକ୍ଷାକାରେ ଶାହାରୁଖ୍ କୁହନ୍ତି ସେ ସବୁବେଳେ ଆଇରନ୍ ଦିଆ ହୋଇ ରହିଥିବା ପାଇଜାମା ପିନ୍ଧିକି ଶୁଅନ୍ତି । ଶାହାରୁଖଙ୍କ କହିବା ଅନୁସାରେ ତାଙ୍କୁ ଜଣା ନ ଥାଏ ଯେ ତାଙ୍କ ସ୍ୱପ୍ନରେ କିଏ କେତେବେଳେ ତାଙ୍କୁ ସାକ୍ଷାତ କରିବାକୁ ଚାଲି ଆସିବ । ତେଣୁ ସେ ସବୁବେଳେ ରେଡି ହୋଇକି ଶୁଅନ୍ତି ।

error: Thank You Keep Visiting