ନଭେମ୍ବର ୧୦ରେ ଦୀପିକା – ରଣବୀରଙ୍କ ବିବାହ !

An Independent Media

ନୂଆଦିଲ୍ଲୀ : ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁପରହିଟ୍‍ ଯୋଡି ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ଆଉ କିଛିଦିନ ମଧ୍ୟରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ଯୋଡି ରାମଲୀଳା, ବାଜିରାଓ ମସ୍ତାନୀ ଏବଂ ପଦ୍ମାବତ ଭଳି ଅନେକ ସୁପରହିଟ୍‍ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏବେ ରିଲ ଲାଇଫରୁ ସେମାନେ ରିୟଲ ଲାଇଫରେ ଯୋଡି ସାଜିବାକୁ ଯାଉଛନ୍ତି। ବହୁପୂର୍ବରୁ ଏମାନଙ୍କୁ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା କିନ୍ତୁ ଏବେ ତାହା ସତ୍ୟରେ ପ୍ରମାଣିତ ହେବାକୁ ଯାଉଛି। ଖବରଅନୁସାରେ ଚଳିତ ବର୍ଷ ନଭେମ୍ବର ମାସ ୧୦ତାରିଖରେ ଉଭୟ ଦୀପିକା – ରଣବୀରଙ୍କ ବିବାହ କରିବାକୁ ଯାଉଛନ୍ତି। ପୂର୍ବରୁ ଦୁଇଜଣ ଅକ୍ଟୋବର ମାସରେ ବିବାହ କରିବେବୋଲି ଚର୍ଚ୍ଚାହେଉଥିଲା।

error: Thank You Keep Visiting