ଅଜବ୍ ସଞ୍ଜୁର ଗଜବ୍ ଲଭରେ ଫସିଲେ ଅର୍ଚ୍ଚିତା

An Independent Media

ଓଡ଼ିଆ ଚଳଚ୍ଚିତ୍ର ଜଗତରେ କିଛି ଅଭିନତା ଓ କିଛି ଅଭିନେତ୍ରୀଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଜାରି ରହିଥାଏ । ଏପରି ସ୍ଥଳରେ ଜଣାଶୁଣା ଓ ଲୋକପ୍ରିୟ ଅଭିନେତା ତଥା କଣ୍ଠଶିଳ୍ପୀ ବାବୁସାନ୍ ମହାନ୍ତି ସର୍ବଦା ଚର୍ଚ୍ଚାରେ ରହିଆସନ୍ତି । ପାଖାପାଖି ୫ବର୍ଷ ପରେ ଅର୍ଚ୍ଚିତା-ବାବୁସାନଙ୍କ ଯୋଡିକୁ ଦର୍ଶକମାନେ ପୁଣି ଥରେ ଏକାଠି ଅଭିନୟ କରୁଥିବାର ଦେଖିବାକୁ ପାଇବେ । ଓଲିଉଡ୍ ଜଗତରେ ଅର୍ଚ୍ଚିତା-ବାବୁସାନଙ୍କ ଯୋଡିକୁ ଅଭିନୟ ଦୁନିଆରେ ଦର୍ଶକମାନେ ଅତି ସହଜରେ ଗ୍ରହଣ କରିଥାନ୍ତି । ସୂଚନାନୁସାରେ ସାଇ ଶ୍ରଦ୍ଧା ପ୍ରଡକ୍ସନ୍ସର ପ୍ରଯୋଜନାରେ ନିର୍ମିତ ହେବାକୁ ଯାଉଥିବା ଦ୍ୱିତିୟ ଚଳଚ୍ଚିତ୍ର ତଥା “ଅଜବ୍ ସଞ୍ଜୁର ଗଜବ୍ ଲଭ୍’ରେ ଏହି ଦୁଇ ଯୋଡିଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର କାହାଣୀକୁ ନେଇ ଆସୁଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଅଶୋକ ପତି । ଅତିତରେ ଏହି ଦୁଇ ଯୋଡ଼ିଙ୍କର ଅଭିନୟର ଯାଦୁ ଚକଲେଟ୍ ଚଳଚ୍ଚିତ୍ର ଜରିଆରେ ଦେଖିବାକୁ ମିଳିଥିଲା ।

error: Thank You Keep Visiting