୨୦୧୮ ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ମହିଳା ତାଲିକାରେ ପ୍ରିୟଙ୍କା

Straight to the Point

ମୁମ୍ବାଇ : ଫୋର୍ବସ ପକ୍ଷରୁ ୨୦୧୮ ମସିହାର ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ୧୦୦ ମହିଳା (ୱାର୍ଲ୍ଡ ମୋଷ୍ଟ ପାୱରଫୁଲ ୧୦୦ ୱିମେନ)ଙ୍କ ତାଲିକା ପ୍ରକାଶ ପାଇଛି । ଏଥିରେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ଥାନ ପାଇଛନ୍ତି । ମିଡିଆ ଓ ମନୋରଞ୍ଜନ ବର୍ଗରେ ଦୁନିଆର ସବୁଠାରୁ ଅଧିକ ପ୍ରଭାବଶାଳୀ ମହିଳା ତାଲିକାରେ ଏକମାତ୍ର ଭାରତୀୟ ଅଭିନେତ୍ରୀ ଭାବେ ପ୍ରିୟଙ୍କାଙ୍କୁ ଏଥିରେ ସ୍ଥାନ ମିଳିଛିି । ଫୋର୍ବସର ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ତାଙ୍କୁ ୯୪ତମ ସ୍ଥାନ ମିଳିଛି । ସେହିପରି ମିଡିଆ ଓ ମନୋରଞ୍ଜନ ବର୍ଗରେ ୧୫ତମ ସ୍ଥାନରେ ଅଛନ୍ତି ପ୍ରିୟଙ୍କା ।

ମିଡିଆ ଓ ମନୋରଞ୍ଜନ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଆମେରିକୀୟ ଅଭିନେତ୍ରୀ ଓପରା ୱିନଫ୍ରେ । ପ୍ରଭାବଶାଳୀ ମହିଳା ତାଲିକାରେ ପ୍ରିୟଙ୍କା ବାଜି ମାରିଥିଲେ ମଧ୍ୟ ଫୋର୍ବସର ସର୍ବାଧିକ ପାରିଶ୍ରମିକ ନେଉଥିବା ଭାରତୀୟ ସେଲିବ୍ରେଟୀ ତାଲିକାରେ ପ୍ରିୟଙ୍କାଙ୍କୁ ୧୮କୋଟି ଆୟ ଭିତ୍ତିରେ ତାଙ୍କ ସ୍ଥାନ ତଳକୁ ଖସି ୪୯ତମ ସ୍ଥାନ ମିଳିଛି ।

error: Thank You Keep Visiting