ବିବାହ ପରେ ରଣବୀର ସିଂଙ୍କୁ ଛାଡି ରଣବୀର କପୁରଙ୍କ ସହ ଦୀପିକା

Straight to the Point

ଓଡ଼଼ିଶା ଜର୍ଣ୍ଣାଲ (ଶୁଭଶ୍ରୀ ଦାସ) : ବି ଟାଉନର ଷ୍ଟାର ରାଣବୀର ଓ ଦୀପିକା ପାଦୁକୋନ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କଥା ସମସ୍ତଙ୍କୁ ଜଣାଅଛି । ହେଲେ ବିବାହ ପରେ ଦୁଇ ଷ୍ଟାର ଦମ୍ପତି ବର୍ତ୍ତମାନ ଅଲଗା ହୋଇଯାଇଛନ୍ତି । ନିକଟରେ ରଣବୀର ସିଂଙ୍କ ଅଭିନିତ ଫିଲ୍ମ ସିମ୍ବା ରିଲିଜ୍ ହୋଇଯାଇଅଛି । ଅନ୍ୟପକ୍ଷରେ ରଣବୀର ସିଂଙ୍କୁ ପଛରେ ପକାଇ ଦୀପିକା ଦୁଇ ପାଦ ଆଗକୁ ଚାଲିଯାଇଛନ୍ତି । ସୂଚନାନୁସାରେ ଦୀପିକା ପାଦୁକୋନ୍ ଓ ରଣବୀର କପୁରଙ୍କୁ ସାଥୀହୋଇ ପରଦାରେ ଆଉ ଏକବାର ଦେଖିବାକୁ ମିଳିବ । ଏହା ପୂର୍ବରୁ ଦୁଇଜଣ ବହୁତ ଫିଲ୍ମରେ ସାଙ୍ଗ ହୋଇ କାମ କରିଛନ୍ତି । ପରଦା ଉପରେ ଦୁହିଙ୍କ କେମେଷ୍ଟ୍ରିକୁ ଲୋକମାନେ ଖୁବ୍ ପ୍ରଂଶସା କରନ୍ତି ।

ଏବେ “ସୋନୁ କେ ଟିଟୁ କେ ସ୍ୱିଟି”ର ନିର୍ଦ୍ଦେଶକ ଲବ ରଞ୍ଜନଙ୍କ ଆଗାମୀ ଚଳଚ୍ଚିତ୍ରରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ଫିଲ୍ମଟିର ସୁଟିଙ୍ଗ ୨୦୧୯ ମଧ୍ୟରେ ଆରମ୍ଭ ହୋଇ ଡ଼ିସେମ୍ବର ୨୦୨୦ ମଧ୍ୟରେ ରିଲିଜ୍ ହେବାର ଜଣାପଡ଼ିଛି । ଫିଲ୍ମରେ ରଣବୀରଙ୍କ ସହିତ ଅଜୟ ଦେବଗନ୍ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମ ଏକ ଲଭ୍ ଷ୍ଟୋରୀକୁ ନେଇ ତିଆରି । ଫିଲ୍ମର ଟାଇଟେଲ୍ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ । ରଣବୀରଙ୍କ ସହିତ ଏହି ଫିଲ୍ମ ତାଙ୍କର ଚତୁର୍ଥ ଫିଲ୍ମ ହେବ ବୋଲି ଦୀପିକା କହିଛନ୍ତି । ଏହା ମଧ୍ୟରୁ ଦୁଇ ଜଣଙ୍କୁ “ବଚନା ଏ ହସିନୋ”, “ୟେ ଜୱାନୀ ହୈ ଦିୱାନୀ”,ଓ “ତମାଶା”ରେ ଏହି ଦୁହିଙ୍କର ଚତ୍ମକାର ଅଭିନୟ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି ଯେ, ଖୁବ୍ ଶୀଘ୍ର ରଣବୀରଙ୍କୁ କ୍ରିକେଟର୍ କପିଲ୍ ଦେବଙ୍କ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ ଓ ଏହି ଫିଲ୍ମଟିର ସୁଟିଂ ଅତିଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

error: Thank You Keep Visiting