ଅତୀତକୁ ନେଇ ଆଜି ବି କଷ୍ଟ ପ।ଆନ୍ତି ଐଶର୍ଯ୍ୟା

An Independent Media

ମୁମ୍ବଇ : ବିଶ୍ୱ ସୁନ୍ଦରୀର ମୁକୁଟ ପିନ୍ଧିଥିବା ବଚନ ଙ୍କ ବୋହୂ ଯେତିକି ସୁନ୍ଦର, ସେମିତି ତାଙ୍କର ବ୍ୟବହାରତ୍ତା ଐଶଙ୍କୁ ନିଜ ଜୀବନରେ ଏମିତି ଏକ କମେଣ୍ଟ ମିଳିଛି ସେହି କମେଣ୍ଟକୁ ସେ ଜୀବନସାରା ମନେରଖିବେ ତାହା ନୁହେଁ,ସେହି ହୃଦୟହୀନ କଥା ଆଜି ମଧ୍ୟ ଐଶଙ୍କ ହୃଦୟ କୁ କଷ୍ଟ ଦେଉଛି । ଯେଉଁ ଶଦ୍ଦର ନାମ ହେଉଛି ପ୍ଲାଷ୍ଟିକ୍/ନକଲି । ତଥ୍ୟାନୁସାରେ ଦେଖିବାକୁ ଗଲେ ଏକ ସାକ୍ଷାତକାର ରେ ଯେତେବେଳେ ତାଙ୍କୁ ପଚରାଗଲା, ତାଙ୍କ ଜୀବନର ସବୁଠୁ ଖରାପ ଓ ଭଲ କମେଣ୍ଟ କଣ ଥିଲା । ଏହି କଥାରେ ଅମିତା ବଚନଙ୍କ ବୋହୂ କହିଲେ ପ୍ଲାଷ୍ଟିକ୍ ଓ ନକଲି । ଐଶର୍ଯ୍ୟା ତା ପରେ ଆଉ କିଛି ନକହି କାହାର ନାଁ ମଧ୍ୟ କହିନଥିଲେ,କିନ୍ତୁ ଯେତେବେଳେ ଏହି କଥା ସମସ୍ତଙ୍କୁ ଜଣାପଡ଼ିଲା, ସେତେବେଳେ ସେହି କଥା ଲୋକଲୋଚନକୁ ଆସିବାକୁ ବହୁତ କମ୍ ସମୟ ଲାଗିଲା ।

ଏହି କଥା ୨ବର୍ଷ ପୂର୍ବରୁ “କରନ୍ ଜୋହର”ଙ୍କ ଚଳଚ୍ଚିତ୍ର “କାଁଫୀ ୱିଥ୍ କରନ୍ ଜୋହର୍”ରେ କୁହାଯାଇଥିଲା । ଆଉ ଏହି କଥା ଇମ୍ରାନ୍ ହାସ୍ମୀଙ୍କ ମୁହଁରୁ ଶୁଣାଯାଇଥିଲା । ଯେତେବେଳେ ଶୋ ରେ ଇମ୍ରାନ୍ ହାସମୀଙ୍କୁ ଐଶ ଙ୍କ ବିଷୟରେ ପଚରାଯାଇଥିଲା, ସେତେବେଳେ ପ୍ରତିଉତ୍ତୋରରେ ପ୍ଲାଷ୍ଟିକ୍ ଓ ନକଲି କହିଥିଲେ । ଶୁଣିବାକୁ ମିଳୁଛି ଏହି ଘଟଣା ପରଠାରୁ ଐଶର୍ଯ୍ୟା କେବେବି ଇମ୍ରାନ୍ ଙ୍କ ସହିତ କାମ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ଐଶଙ୍କୁ ବାଦ୍ଶାହୋ ଫିଲ୍ମ ର ଅଫର୍ ମିଳିଥିଲା କିନ୍ତୁ ଇମ୍ରାନ୍ ଅଭିନୟ କରୁଥିବା ଏହି ଚଳଚ୍ଚିତ୍ରରେ କାମକରିବାକୁ ସେ ରୋକ୍ଠୋକ୍ ମନାକରିଦେଇଥିଲେ । ସେଥିପାଇଁ ଇମ୍ରାନ୍ ହାସ୍ମୀ ଆଉ ଏକ ସାକ୍ଷାତ୍କାରରେ ଗିଫ୍ଟ ହ୍ୟାମ୍ପର୍ ପାଇବା ପାଇଁ ପୁଣି ଥରେ ସେହି ପୁରୁଣା କଥା ପ୍ଲାଷ୍ଟିକ୍ ବା ନକଲିକୁ ଦୋହରାଇଥିଲେ । ଏହି ଘଟଣା ପରଠାରୁ ବିଗ୍ ବିଙ୍କ ବୋହୂ ଐଶର୍ଯ୍ୟା କୈାଣସି ଚଳଚ୍ଚିତ୍ରରେ କାମ କରିଥିବା ନଜରକୁ ଆସିନାହିଁ ।

error: Thank You Keep Visiting