ବକ୍ସ ଅଫିସ କଲେକ୍ସନରେ ଧମାଲ କରୁଛି ‘ଟୋଟାଲ ଧମାଲ’

Straight to the Point

ହାସ୍ୟପୂର୍ଣ୍ଣ ମଲ୍ଟିଷ୍ଟାରର ଚଳଚ୍ଚିତ୍ର ‘ଟୋଟାଲ ଧମାଲ’ ଦର୍ଶକଙ୍କ ମନକୁ ଖୁବ୍ ଆକର୍ଷିତ କରିବାରେ ସକ୍ଷମ ହୋଇପାରିଛି । ଇତି ମଧ୍ୟରେ ଏହି ଚଳଚ୍ଚତ୍ରଟି ଗତ ୪ଦିନ ଭିତରେ ୭୨କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଛି । ଏଥିରେ ଅଜୟ ଦେୱଗନ, ମାଧୁରୀ ଦୀକ୍ଷିତ, ଅନିଲ କପୁର, ରିତେଶ ଦେଶମୁଖ, ସଞୟ ଦ , ସଞୟ ମିଶ୍ର, ଈଶା ଗୁପ୍ତା, ଜନି ଲେୱର, ରାଜପାଲ ଯାଦବ ଏବଂ ଅଫ୍ତାବ୍ ଶିବଦାସନୀ ପ୍ରଭୃତି ତାରକାମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଅନିଲ୍ କପୁର ଏବଂ ମାଧୁରୀଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ବୋଲି ଜଣାପଡିଛି । ଚଳଚ୍ଚିତ୍ରଟି ଯଥାକ୍ରମେ ପ୍ରଥମ ଦିନରେ ୧୬.୫୦କୋଟି, ଦ୍ୱିତୀୟ ଦିନରେ ୨୦.୪୦କୋଟି, ତୃତୀୟ ଦିନ ୨୫.୫୦କୋଟି ଏବଂ ଗତ ସୋମବାର ଦିନ ଶେଷ ସୁଧା ୯.୮୫କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏହି ହାସ୍ୟପୂର୍ଣ୍ଣ ଚଳଚ୍ଚିତ୍ରଟି ବେଶ୍ ହୃଦୟସ୍ପର୍ଶୀ ହୋଇଛି । ଏହି ଚଳଚ୍ଚିତ୍ରର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆଗକୁ ଏହା ଆହୁରି ଅଧିକ ବ୍ୟବସାୟ କରିବ ବୋଲି ନିର୍ମାତା ତଥା ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏକ ଇ ରଭ୍ୟୁରେ ନିଜର ଆଶା ପ୍ରକଟ କରିଛନ୍ତି ।

error: Thank You Keep Visiting