ସାମ୍ନାକୁ ଆସିଲା ବଲିଉଡ୍ ନାୟିକାଙ୍କ ଭଉଣୀର ବିବାହ ଚିତ୍ର, ଆସନ୍ତୁ ଜାଣିବା ସେ କିଏ?

Straight to the Point

ବଲିଉଡ୍ ନାୟିକା ବିପାଶା ବସୁଙ୍କ ନିଜର ସାନଭଉଣୀ ବିଜେତାଙ୍କ ବିବାହକୁ ନେଇ ଖୁବ୍ ଉତଫୁଲ୍ଲିତ ଅଛନ୍ତି । ବିଜେତା ନିଜର ବୟଫ୍ରେଣ୍ଡ କରଣ ତଲରେଜାଙ୍କୁ କୋର୍ଟ ମ୍ୟାରେଜ୍ କରିଥିଲେ । ଏହାପରେ ସେ ଦୁହେଁ ନିଜ ପରିବାର ଏବଂ ସାଥୀମାନଙ୍କ ପାଇଁ ଏକ ଆଡମ୍ବରପୂର୍ଣ୍ଣ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ସେ ଦୁହିଁଙ୍କୁ ବିବାହ ଯୋଡାରେ ଦେଖିବାକୁ ମିଳିଥିଲା ।

ବିଜେତାଙ୍କୁ ରେଡ୍ କଲର୍ ଏବଂ କରଣଙ୍କୁ ହ୍ୱାଇଟ୍ କଲର୍ ପୋଷାକରେ ଦେଖିବାକୁ ମିଳିଥିଲା । ବିପାଶା ବସୁ ଏହି ପାର୍ଟିର ଏକ ଭିଡିଓ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉ ରେ ଶେୟାର୍ କରିଛନ୍ତି । ଏହି ପାର୍ଟିରେ ବିପାଶାଙ୍କୁ ମଧ୍ୟ ଶାଢୀରେ ଦେଖିବାକୁ ମିଳିଥିଲା । ପାର୍ଟିରେ ବିପାଶାଙ୍କ ପତି କରଣ ସିଂ ଗ୍ରୋଭରଙ୍କ୍ୁ ହ୍ୟାଣ୍ଡସମ୍ ଲୁକରେ ଦେଖିବାକୁ ମିଳିଥିଲା ।

error: Thank You Keep Visiting