‘ରେସ୍‍ ୩’ କେବଳ ୧୦ ଦିନରେ ୧୫୦ କୋଟି ଆୟ

Straight to the Point

ମୁୁମ୍ବଇ : ଇଦ୍‍ ଅବସରରେ ସଲମାନଙ୍କ ମୁକ୍ତିଲାଭ କରିଥିବା ‘ରେସ୍‍ ୩’ କେବଳ ୧୦ ଦିନରେ ବକ୍ସ ଅଫିସରେ ୧୫୦ କୋଟି ଆୟ କରିସାରିଛି। ୧୫ ଜୁନରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପ୍ରଥମ ସପ୍ତାହରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଆୟ କରି ବକ୍ସ ଅଫିସରେ ହଲ୍‍ଚଲ୍‍ ସୃଷ୍ଟି କରିଛି। ବକ୍ସ ଅଫିସ ରିପୋର୍ଟ ଅନୁସାରେ ଏହା ତୃତୀୟ ସପ୍ତାହର ପ୍ରଥମ ୩ ଦିନ ମଧ୍ୟରେ ପ୍ରାୟ ୧୭ କୋଟି ଆୟ କରିଛି। ସେହିଭଳି ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୧୫୫ କୋଟିରୁ ଊର୍ଦ୍ଧ୍ବ ଆୟ କରିସାରିଛି। ବହୁ ସମାଲୋଚନା ସତ୍ତ୍ବେ ରେସ୍‍ ୩ ବକ୍ସ ଅଫିସରେ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିଥିବା ଚଳଚ୍ଚିତ୍ରମାନଙ୍କ ତାଲିକାରେ ନିଜକୁ ଅନ୍ତର୍ଭୁକ୍ତ କରିବାରେ ସଫଳ ହୋଇଛି। ଏବେ ଦେଖିବା ବାକି ରହିଛି ଏହା ୨୦୦ କୋଟିର ରେକର୍ଡ଼ କରିପାରୁଛି କି ନାହିଁ। କାରଣ ଚଳିତ ସପ୍ତାହରେ ସଲମାନଙ୍କ ରେସ୍‍ ୩ କୁ, ରଣବୀର କପୁରଙ୍କ ‘ସଞ୍ଜୁ’ ଫୁଲ୍‍ ଦମ୍‍ରେ ଟକ୍କର ଦେବାକୁ ଆସୁଛି। ‘ସଞ୍ଜୁ’ ର ମୁକ୍ତିଲାଭ ପରେ ‘ରେସ୍‍ ୩’ ବ୍ୟବସାୟ ଉପରେ ପ୍ରଭାବ ପଡ଼ିବାର ଆଶଙ୍କ ରହିଛି, ତେବେ ଦେଖିବାର ଅଛି ଏହା ୨୦୦ କୋଟିର ତାଲିକାଭୁକ୍ତ ହୋଇପାରୁଛି କି ନାହିଁ। ବର୍ତ୍ତମାନ ସଲମାନ ରେସ୍‍ ୩ ପରେ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ୍‍ ୩’ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରିବା ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି।

error: Thank You Keep Visiting