ଜୟଲଳିତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ରରେ ଅଭିନୟ କରିବେ କଙ୍ଗନା

Straight to the Point

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ରରେ ଅଭିନୟ କରିବେ। ଏଥିରେ ତାଙ୍କୁ ଜୟଲଳିତାଙ୍କ ଭୂମିକାରେ ଦେଖିବାକୁ ମିଳିବ। ତେବେ ଚଳଚ୍ଚିତ୍ରରେ କଙ୍ଗନାଙ୍କ ରୂପକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କିପରି ଜୟଲଳିତାଙ୍କ ରୂପ ଧାରଣ କରିବେ ଏନେଇ ପ୍ରଶ୍ନବାଚୀ ଉଠିଛି। କଙ୍ଗନା ମଧ୍ୟ ଏନେଇ ବହୁତ ଚିନ୍ତିତ ଥିବା ଜଣାପଡ଼ିଛି ଓ ସେ ଏଥିପାଇଁ ଖୁବ୍ ପରିଶ୍ରମ ମଧ୍ୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଭୂମିକାରେ ଅଭିନୟ ପାଇଁ କଙ୍ଗନାଙ୍କୁ ୨୪ କୋଟି ଟଙ୍କା ପାରିଶ୍ରମିକ ଦିଆଯାଉଛି। ଏହାଦ୍ବାରା ସେ ବଲିଉଡ଼ର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ପାଲଟି ଯାଇଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ କଙ୍ଗନା ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ପାଦ ଥାପିବେ। ଏହାକୁ ତାମିଲ ଓ ହିନ୍ଦୀ ଭାଷାରେ ନିର୍ମାଣ କରାଯିବ।

କଙ୍ଗନା ପତଳା ହୋଇଥିବାରୁ ତାଙ୍କୁ ଜୟଲଳିତାଙ୍କ ରୂପ ଆପଣାଇବାକୁ ହେଲେ ନିଜ ଓଜନ ବହୁତ ବଢାଇବାକୁ ହେବ। ତେବେ କଙ୍ଗନା ଏହା କିପରି କରିବେ ତାହା ଦେଖିବା ବାକି ରହିଲା। କଙ୍ଗନାଙ୍କ ଚେହେରା, ଶରୀର ଓ ଠାଣିକୁ କିପରି ପରିବର୍ତ୍ତନ କରାଯିବ ଏହା ନିର୍ଦ୍ଦେଶକଙ୍କ ପାଇଁ ମଧ୍ୟ ଏକ ଜଟିଳ ସମସ୍ୟା ପାଲଟିଛି। କଙ୍ଗନା ନିଜ ଓଜନ ବଢାଇବେ ନା କୌଣସି ପ୍ରକାର ସିନ୍ଥେଟିକ୍ ମେକଅପ୍ ଜରିଆରେ ତାଙ୍କୁ ଜୟଲଳିତାଙ୍କ ରୂପ ଦିଆଯିବ ଏନେଇ କୌଣସି ସୂଚନା ମିଳିନାହିଁ।

error: Thank You Keep Visiting