ରାଜପାଲ ଯାଦବ ଜେଲ ଦଣ୍ଡ ଭୋଗି ଫେରିବା ପରେ ଗଣମାଧ୍ୟମକୁ ଦେଲେ ନିଜର ପ୍ରତିକ୍ରିୟା
ନୂଆଦିଲ୍ଲୀ : ବଲିଉଡ଼ ହାସ୍ୟ ଅଭିନେତା ରାଜପାଲ ଯାଦବ ଜେଲ ଦଣ୍ଡ ଭୋଗି ଘରକୁ ଫେରିଛନ୍ତି। ଜେଲ ଦଣ୍ଡ ଭୋଗି ଫେରିବା ପରେ ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଁ କିଛି ଲୋକଙ୍କ ଉପରେ ବିଶ୍ୱାସ କରିଥିଲି ମାତ୍ର ସେମାନେ ମୋଁ ବିଶ୍ୱାସରେ ବିଷ ଦେଇଛନ୍ତି। ଆଇଏନଏସକୁ ଦେଇଥିବା ସାକ୍ଷାତକାରରେ ରାଜପାଲ କହିଛନ୍ତି- ମୋତେ ଲାଗୁଛି ମୁଁ କିଛି ଲୋକଙ୍କ ଉପରେ ବିଶ୍ୱାସ କରିଥିଲି, ଯେଉଁମାନେ ମୋଁ ବିଶ୍ୱାସରେ ବିଷ ଦେଇଛନ୍ତି। କିନ୍ତୁ ମୁଁ ଏବେ ଏହା ଉପରେ କିଛି କହିବାକୁ ଚାହୁଁନାହିଁ। ମୁଁ କେବଳ ଆଗକୁ ବଢିବାକୁ ଚାହୁଁଛି। କାରଣ ମୁଁ ଜାଣିଛି ଏବେ ଜୀବନରେ ବହୁତ କିଛି ପାଇବାକୁୁ ବାକିରହିଛି। ସେ କହିଛନ୍ତି, ଦେଶର ଆଇନ ସବୁଠାରୁ ବଡ଼। ଉଲ୍ଲେଖ ଯୋଗ୍ୟ, ବଲିଉଡ଼ ଅଭିନେତା ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟ ଚେକ୍ ବାଉନ୍ସ ଅଭିଯୋଗରେ ତିନି ମାସ କାଳ ଜେଲଦଣ୍ଡା ଦେଶ ଶୁଣାଇଥିଲେ । ରାଜପାଲ ଯାଦବ ଟ୍ରାଏଲ କୋର୍ଟରେ ଏଗ୍ରିମେଣ୍ଟ କରିଥିବା ଧାର୍ୟ୍ୟ ଅର୍ଥରାଶି ଦେବାକୁ ବିଫଳ ହୋଇଥିଲେ । ଯାହା ଉପରେ ଦିଲ୍ଲୀ ହାଇକୋର୍ଟ କଠୋର ଦଣ୍ଡାଦେଶ ଶୁଣାଇଥିଲେ ।