ଜାହ୍ନବୀଙ୍କ ପ୍ରଥମ ଚଳଚ୍ଚିତ୍ର ‘ଧଡ଼କ’

An Independent Media

‘ଧଡ଼କ’ ଜୁଲାଇ ଶେଷ ସପ୍ତାହରେ ମୁକ୍ତିଲାଭ ହେବାର ଯୋଜନା ରହିଛି। ଦୁଇ ନବାଗତ ଈଶାନ୍-ଜାହ୍ନବୀ ଏବେ ଚଳଚ୍ଚିତ୍ର ପ୍ରଚାର କାମରେ ଖୁବ୍ ବ୍ୟସ୍ତ ଅଛନ୍ତି। ଏ ସଂକ୍ରାନ୍ତରେ ଯେତେବେଳେ ଜାହ୍ନବୀଙ୍କୁ ଭବିଷ୍ୟତ ଯୋଜନା ବିଷୟରେ ପଚରାଗଲା, ସେ କହିଥିଲେ ଆଗକୁ ଦାୟିତ୍ବ ସହ କାମ ବଢ଼ିବ। କାରଣ ଏହା ଭିତରେ ଅନେକ ତାଙ୍କୁ କହିସାରିଲେଣି ଯେ ଚଳଚ୍ଚିତ୍ର ପରିବାରରୁ ଆସିଥିବାରୁ ତାଙ୍କୁ ତତ୍‌‌କ୍ଷଣାତ୍ ସୁଯୋଗ ମିଳିଗଲା। ସତ କଥା ପ୍ରକୃତରେ ଲୋକେ ଜାଣିବାକୁ ଚାହାନ୍ତିନାହିଁ ବୋଲି କହିଛନ୍ତି ଜାହ୍ନବୀ।

ପ୍ରଯୋଜକ କରନ୍ ଜୋହର୍‌ ଏଇ ଚଳଚ୍ଚିତ୍ର ନିମନ୍ତେ ୨୫୦ ଝିଅଙ୍କ ଅଡିସନ୍ ନେଇଥିଲେ। ପରେ ନିଜ ତରଫରୁ ହିଁ ମା’ ଶ୍ରୀଦେବୀଙ୍କୁ ଜାହ୍ନବୀଙ୍କୁ ଏଇ ଚଳଚ୍ଚିତ୍ରରେ ନେବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ଏଣୁ ଆଗାମୀ ଦିନର କଡ଼ା ପ୍ରତିଯୋଗିତା ନିମନ୍ତେ ଜାହ୍ନବୀ ଏବେଠାରୁ ନିଜକୁ ପ୍ରସ୍ତୁତ କରିସାରିଲେଣି। ମା’ଙ୍କ ପରେ ଏବେ ବାପା ବୋନିଙ୍କ ପ୍ରତ୍ୟେକ କଥାକୁ ମାନୁଛନ୍ତି ସେ। ବୋନିଙ୍କ ପରାମର୍ଶ ଯେ ଧଡ଼କ ମୁକ୍ତିଲାଭ ପରେ ହିଁ ଜାହ୍ନବୀ ଅନ୍ୟ ଏକ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିବେ। ଏତେ ତରବର ହେବାର ଆବଶ୍ୟକତା ନାହିଁ ବୋଲି ବୋନିଙ୍କ ମତ।

error: Thank You Keep Visiting