‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ରହିତାଦେଶକୁ ସୁପ୍ରିମକୋର୍ଟରେ ଖାରଜ

Straight to the Point

ନୂଆଦିଲ୍ଲୀ: ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ରହିତାଦେଶ ଦେବା ଦାବିରେ ଆଗତ ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ଏ ସଂକ୍ରାନ୍ତରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସୋମବାର ମନା କରିଥିଲେ। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଓ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କା ପୂର୍ବକ କଂଗ୍ରେସ ସମର୍ଥକ ଅମନ ପନୱରଙ୍କ ଦ୍ବାରା ଆଗତ ଏହି ଆବେଦନର ବିଚାର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନେତୃତ୍ବାଧୀନ ପୀଠରେ ହୋଇଥିଲା।

ପୀଠ ଏହା ଉପରେ ସ୍ଥଗିତାଦେଶ ପ୍ରଦାନ ପାଇଁ ସ୍ପଷ୍ଟ ମନା କରିଦେଇଛନ୍ତି। ଚଳଚ୍ଚିତ୍ର ପ୍ରାମାଣିକ ସଂସ୍ଥା ଏହା ଉପରେ କୌଣସି ପ୍ରମାଣପତ୍ର ଦେଇ ନ ଥିବାରୁ ଅଦାଲତ କୌଣସି ନିଷ୍ପତ୍ତି ଘୋଷଣା କରିବ ନାହିଁ ଦର୍ଶାଇ ଏହି ମାମଲା ଉପରେ ନିଷ୍ପତ୍ତି ନେବାକୁ ନିର୍ବାଚନ ଆୟୋଗ ଉପଯୁକ୍ତ ସଂସ୍ଥା ବୋଲି ପୀଠ ମତ ଦେଇଛନ୍ତି। ଏହି ପୀଠରେ ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ସଞ୍ଜୟ ଜୈନ୍‌ ସଦସ୍ୟ ଥିଲେ। ସୁପ୍ରିମକୋର୍ଟଙ୍କ ଏଭଳି ମତାମତ ପରେ ବିବେକ ଓବରଇ ଅଭିନୀତ ‘ପ୍ରାଇମ୍‌ ମିନିଷ୍ଟର ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ଆସନ୍ତା ୧୧ତାରିଖରେ ଏହାକୁ ମୁକ୍ତିଲାଭ କରିବା ନେଇ ରାସ୍ତା ସଫା ହୋଇଛି।

error: Thank You Keep Visiting