ଚର୍ଚ୍ଚାରେ ସାଉଥ୍ ମଲ୍ଲାଇକା

Straight to the Point
ତେଲୁଗୁ ଫିଲ୍ମ ଦୁନିଆଁର ଆଇଟମ୍ ଡାନସର୍ ତଥା
ଆକ୍ଟର ହୀନା ପାଞ୍ଚାଲ୍ ଙ୍କ ଚେହେରା ଏକଦମ୍ ବଲିଉଡ଼ର
ଜଣେ ଆଇଟମ୍ ଗର୍ଲଙ୍କ ସହିତ ମିଶିଯାଏ  । ସେ ହେଲେ
ମଲ୍ଲାଇକା ଆରୋରା  । ଏଥିପାଇଁ ହିନାଙ୍କ ସାଉଥ୍ ର
ମଲ୍ଲାଇକା ବୋଲି କୁହାଯାଏ  ।
ହିନା ଏଇ ନିକଟରେ ଏକ ଟପଲେସ୍ ଫଟୋ ସୁଟ୍ କରାଇଥିଲେ, ଯେଉଁଥିପାଇଁ ସେ ଚର୍ଚ୍ଚାରେ ରହିଛନ୍ତି  । ମଲ୍ଲାଇକାଙ୍କ ଚେହେରା, ଲୁକ୍ ଓ ଷ୍ଟାଇଲ୍ ସହିତ ତାଙ୍କର ସମାନତା ଥିବା ହେତୁ ହୀନା
ନିଜକୁ ଭାଗ୍ୟବତୀ ମନେ କରୁଛନ୍ତି  । ସେ କହିଛନ୍ତି ଯେ
ମଲ୍ଲାଇକା ଆରୋରାଙ୍କ ସହିତ ତାଙ୍କର ତୁଳନା କରାଯିବା
ତାଙ୍କ ପାଇଁ ବଡ଼ କଥା  । ଫୋବର୍ସ ଇଣ୍ଡିଆର ଟପ୍-୧୦୦
ସେଲିବ୍ରିଟି ତାଲିକାରେ ହିନାଙ୍କୁ ସ୍ଥାନ ମିଳିଥିଲା  । ହିନା
ଏଯାବତ୍ ଦକ୍ଷିଣ ଭାରତର ବହୁ ସିନେମାରେ
ଆଇଟମ୍ ନମ୍ବର କରି ସାରିଲେଣି  ।
ତାଙ୍କର ଲୋକପ୍ରିୟ ଆଇଟମ୍
ନମ୍ବର ଭିତରେ ରହିଛି ‘ମୋହଲେମେଁ ହୁକ୍କା….’, ବେୱଡ଼ା ବେୱଡ଼ା…,
ବେମୋ ବେବୋ …., ରାଜୁ ଓ ରାଜୁ …, ଟକମକ୍-
ଟକମକ୍…. ଓ ବଲମ୍ ବମ୍ବଇ ଆଦି  ।
ହିନା ତେଲୁକୁ ସିନେମା ବ୍ୟତୀତ କେତୋଟି ତାମିଲ
ସିନେମାରେ ମଧ୍ୟ କାମ କରିଛନ୍ତି  । ଏଥିମଧ୍ୟରେ ତିନ୍
ଖରାଫାତୀ, ଲାଇଫ୍ ମେଁ ଟ୍ୱିଷ୍ଟ ହେ, ଜଷ୍ଟ ଗମ୍ମଟ୍, ମିସ୍
ଟନକପୁର ହାଜିର ହୋ, ଲୋଡ଼େଡ଼୍, ରତ୍ନମଞ୍ଜରୀ,
ଯଗାବରୟିନମ୍ ନା କାକ୍କା ଓ ବାବୁଜୀ ଏକ ଟିକଟ୍
ବମ୍ବଇ ଆଦି ସିନେମା ରହିଛି  ।
error: Thank You Keep Visiting