ଅର୍ଜୁନ ପଟିଆଲାରେ କ୍ରୀତି

Straight to the Point
ଚଳିତ ବର୍ଷ ହଟ୍ ହିରୋଇନ୍ କ୍ରୀତି ସାନନଙ୍କୁ ଯେଉଁ କେତୋଟି ସିନେମାରେ ଦେଖିବାକୁ ମିଳିଛି, ସେଥିମଧ୍ୟରୁ ଗୋଟିଏ ହେଲା
‘ରବ୍ତା’  । ଏଥିରେ କ୍ରୀତି ତାଙ୍କର ବୟଫ୍ରେଣ୍ଡ୍ କୁହାଯାଉଥିବା ନାୟକ ସୁଶାନ୍ତ ସିଂହ ରାଜପୁତଙ୍କ ଅପୋଜିଟ୍ରେ ନଜର ଆସିଥିଲେ  । ଏହାର ନିର୍ଦ୍ଦେଶନା ଦେଇଥିଲେ ଦିନେଶ ଭିଜନ୍  । ଦିନେଶ ଭିଜନ୍ଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ରବ୍ତା’ ବକ୍ସ ଅଫିସ୍ରେ ସୁପରଫ୍ଲପ୍ ହେବାପରେ ବି ସେ ଅଟକି ନାହାଁନ୍ତି  ।
ସେ ପୁଣି ଏକ ନୂଆ ସିନେମା ନିର୍ମାଣ ଲାଗି ଅଣ୍ଟା ଭିଡ଼ିଛନ୍ତି  । ଏହି ସିନେମାରେ ପୁଣି ଥରେ ନାୟିକା ଭୂମିକାରେ ଦିନେଶ ନେଇଛନ୍ତି କ୍ରୀତି ସାନନ୍ଙ୍କୁ  । ହେଲେ ଏଥର ନାୟକ ଭୂମିକାରେ ନାହାନ୍ତି ସୁଶାନ୍ତ ସିଂହ ରାଜପୁତ  । କୁହାଯାଉଛି ଏହା ଏକ ରୋମାଣ୍ଟିକ୍-କମେଡ଼ି, ଯାହାର ଟାଇଟଲ୍ ରଖାଯାଇଛି ‘ଅର୍ଜୁନ ପଟିଆଲା’  ।
ଏହି ଫିଲ୍ମରେ କ୍ରୀତି ପ୍ରଥମଥର ଲାଗି, ଦିଲଜିତ୍ ଦୋସାଁଝାଙ୍କ ବିପକ୍ଷରେ ନାୟିକା ବନିବେ  । ଦଲଜିତ୍ ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ‘ଉଡ଼ତା ପଞ୍ଜାବ୍’ ସିନେମା ଜରିଆରେ ବଲିଉଡ଼ରେ ପ୍ରବେଶ କରିଥିଲେ  । ‘ଅର୍ଜୁନ ପଟିଆଲା’ରେ ସେ ଟାଇଟଲ୍ ରୋଲରେ ଦେଖାଦେବେ  । ଏହି ଫିଲ୍ମରେ କ୍ରୀତି ସାନନ୍ ଜଣେ
ମହିଳା ସାମ୍ବାଦିକ ଭୂମିକାରେ ନଜର ଆସିବେ ବୋଲି ଜଣାଯାଇଛି  ।
ଅପରପକ୍ଷରେ ଦଲଜିତ୍ ଜଣେ ଛୋଟ ସହରର ବେକାର ଯୁବକ ଚରିତ୍ରରେ ନଜର ଆସିବେ  । ଫିଲ୍ମର ସୁଟିଂ ୨୦୧୮ ଫେବୃଆରୀ ମାସରେ ଆରମ୍ଭ ହେବ ବୋଲି ଜଣାଯାଇଛି  । ଏଠାରେ ସୂଚନାଯୋଗ୍ୟ କି ନିର୍ଦ୍ଦେଶକ ଦିନେଶ ଭିଜନ ପୂର୍ବରୁ ଇମତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶିତ ‘ଲଭ ଆଜକଲ୍’, ହୋମି ଆଦାଜାନିଆଙ୍କ ‘ବକ୍ ଟେଲା’, ଶ୍ରୀରାମ ରାଘବନଙ୍କ ‘ବଦଲାପୁର’ ଭଳି
ସିନେମାର ପ୍ରଯୋଜନା କରିଥିଲେ  । ଏଣେ ଦଲଜିତ୍ ପ୍ରଖ୍ୟାତ ହକି ଖେଳାଳି ସନ୍ଦୀପ ସିଂହଙ୍କ ବାୟୋପିକ୍ ରେ କାମ କରୁଛନ୍ତି, ଯାହାର ନିର୍ଦ୍ଦେଶନା ଦେଉଛନ୍ତି ଶାନ୍ ଅଲ୍ଳୀ । କ୍ରୀତି ଆଗରୁ ‘ବରଲିକି ବାର୍ଫି’ ଭଳି କମେଡ଼ି ଫିଲ୍ମରେ କାମ ସାରିଛନ୍ତି  । ଏଣୁ ସେ ‘ଅର୍ଜୁନ ପଟିଆଲା’କୁ ନେଇ ଉତ୍ସାହିତ ରହିବା ସ୍ୱାଭାବିକ  ।
error: Thank You Keep Visiting