ମୋଦୀ ୱେବ ସିରିଜ ଉପରେ ରୋକ ଲଗାଇଲେ ଇସି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆଧାରିତ ଏକ ୱେବ ଧାରାବାହିକର ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ। ଏହି ୱେବ ଧାରାବାହିକ ମୁକ୍ତିଲାଭ କରିବାକୁ ଥିବା ‘ଏରସ ନାଓ’ ଭିଡିଓ କମ୍ପାନୀକୁ ନିର୍ଦ୍ଦେଶ ଜାରି କରି ନିର୍ବାଚନ ଆୟୋଗ ଏହାକୁ ତୁରନ୍ତ ଅପସାରଣ କରିବାକୁ କହିଛନ୍ତି। କମିଶନ ତାଙ୍କ ଆଦେଶରେ କହିଛନ୍ତି, ଆମେ ଜାଣିବାକୁ ପାଇଛୁ ଯେ ‘ମୋଦୀ – ଜର୍ଣ୍ଣି ଅଫ ଦ କମନ ମ୍ୟାନ’ର ପାଞ୍ଚଟି ଏପିସୋଡ ଉପଲବ୍ଧ ଅଛି, ତେଣୁ ପରବର୍ତ୍ତୀ ଆଦେଶ ସୁଦ୍ଧା ଏହାର ଅନଲାଇନ ଷ୍ଟ୍ରିମିଙ୍ଗ ବନ୍ଦ କରିବା ଏବଂ ଏହି ଧାରାବାହିକ ସହ ସମ୍ପର୍କିତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ମଧ୍ୟ ପ୍ଲାଟଫର୍ମରୁ ଅପସାରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି।’
ସୂଚନା ଯୋଗ୍ୟ, ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ ନରେନ୍ଦ୍ର ମୋଦୀ’ର ମୁକ୍ତିଲାଭ ବନ୍ଦ କରିଥିଲେ ନିର୍ବାଚନ କମିଶନ। ଯେଉଁ ଫିଲ୍ମ କିମ୍ବା ଧାରାବାହିକ କୌଣସି ରାଜନୈତିକ ଦଳ ବା ବ୍ୟକ୍ତିକୁ ଯଦି ସହାୟକ ହେଉଥାଏ, ତାହା ଇଲେକ୍ଟ୍ରୋନିକ ମିଡିଆରେ ପ୍ରସାରଣ ହୋଇ ପାରିବନାହିଁ। ‘ପିଏମ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ପ୍ରଥମ ପର୍ଯ୍ୟାୟ ମତଦାନ ଅର୍ଥାତ ୧୧ ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା