ମିସେସ୍ ସିରିୟଲ କିଲର

Straight to the Point

ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ନେଟଫ୍ଲିକ୍ସର ଆଗାମୀ ଥ୍ରୀଲର ‘ ମିସେସ୍ ସିରିୟଲ କିଲର’ ସହିତ ଡିଜିଟାଲ ମିଡିୟମରେ ପାଦ ରଖିବାକୁ ଯାଉଛନ୍ତି । ଷ୍ଟ୍ରିମିଂ ସର୍ଭିସ୍ ବୁଧବାର ଦିନ ଏହି ଘୋଷଣା କରିଛନ୍ତି । ଏହି ଫିଲ୍ମକୁ ଫରାହଖାନ୍ ପ୍ରଡ୍ୟୁସ୍ କରିବେ । ଏହାର ନିର୍ଦ୍ଦେଶନା ତାଙ୍କର ପତି ଶିରିଷ କୁନ୍ଦର କରିବେ । ଫରାହ ଏକ ବୟାନରେ କହିଛନ୍ତିଯେ ଜ୍ୟାକଲିନ୍ ଆମର ଫିଲ୍ମ ମିସେସ୍ ସିରିୟଲ କିଲର ମାଧ୍ୟମରେ ଡିଜିଟାଲ ଡେବ୍ୟୁ କରିବେ । ଏହାକୁ ନେଇ ଆମେ ଭାରି ଉତ୍ସାହିତ ବୋଲିି ସେ କହିଛନ୍ତି । ମୁଁ ଓ ଶିରିଷ ଏହାକୁ ନେଇ ଭାରି ଉତ୍ସାହିତ । ଏହା ସହିତ ଆମେ ଦର୍ଶକଙ୍କ ପାଇଁ କିଛି ନୂଆ ଓ ଅନପେକ୍ଷିତ ଆଣିିବାକୁ ପ୍ରସ୍ତୁତ ହେଉଛୁ । ଜ୍ୟାକ୍ଲିନ୍ ବି ଟ୍ୱିଟର ଜରିଆରେ ନିଜର ଉତ୍ସୁକତାକୁ ଜାହିର କରି ଲେଖିଛନ୍ତିଯେ, ମୁଁ ବହୁତ ଖୁସିଯେ ମୋର ନେଟଫ୍ଲିକ୍ସ ଓରିଜନାଲ ‘ ମିସେସ୍ ସିରିୟଲ କିଲର’ ଖୁବ୍ ଶୀଘ୍ର ଆସୁଛି । ଏହା ବହୁତ ମଜାଦାର । ‘ ମିସେସ୍ ସିରିୟଲ କିଲର’ ବର୍ଷର ଶେଷ ଭାଗରେ ରିଲିଜ୍ ହେବାର ସମ୍ଭାବନା ରହିଛି ।

error: Thank You Keep Visiting