ଟିକ୍‌ଟକ୍‌ ସେଲିବ୍ରିଟି ମୋହିତ ମୋର୍‌ଙ୍କୁ ଗୁଳିକରି ହତ୍ୟା

Straight to the Point

ନୂଆଦିଲ୍ଲୀ: ଟିକ୍‌ଟିକ୍‌ ସେଲିବ୍ରିଟି ତଥା ଜିମ୍‌ ଟ୍ରେନର ମୋହିତ ମୋରଙ୍କୁ ହତ୍ୟା କରାଯାଇଛି। ଦିଲ୍ଲୀର ନଜଫଗଡ଼ରେ ମଙ୍ଗଳବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ମୋହିତ ସୋସିଆଲ ମିଡିଆ ଆପ୍‌ ଟିକ୍‌ଟିକ୍‌ରେ ବେଶ୍‌ ସକ୍ରିୟ ରହିଥିଲେ। ପୁଲିସ ସୂଚନା ମୁତାବକ, ଟିକ୍‌ଟକ୍‌ରେ ମୋହିତଙ୍କର ୫ଲକ୍ଷ ୧୭ ହଜାର ଫଲୋଓର ରହିଥିଲେ। ତାଙ୍କ ଘର ହରିୟାଣାର ବାହାଦୁରଗଡ଼ରେ, କିନ୍ତୁ ସେ ନଜଫଗଡ଼ସ୍ଥିତ ତାଙ୍କ ଘରେ ରହୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ମୋହିତ ଏକ ଫଟୋ ଦୋକାନରେ ବସିଥିଲେ। ଏହି ସମୟରେ ୩ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଅଭିଯୁକ୍ତମାନେ ତାଙ୍କ ଉପରକୁ ୭ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।