ବିଗ୍ ବସ୍-୧୩ ରେ ଲାଗିବ ସେଲିବ୍ରିଟିଙ୍କ ଭିଡ,ଲିକ୍ ହେଲା ପ୍ରତିଯୋଗୀ ତାଲିକା

Straight to the Point

ମୁମ୍ବାଇ: ଟିଭି ଜଗତର ପପୁଲାର ରିୟାଲିଟି ସୋ’ “ବିଗ୍ ବସ୍’ର ୧୩ତମ ସିଜିନ୍ ରେ ସିନେ ଓ ଟେଲି ତାରକା , ପର୍ଣ୍ଣଷ୍ଟାର୍, ମଡେଲ୍ ଓ କଣ୍ଠଶିଳ୍ପୀଙ୍କ ଭିଡ଼ ଦେଖିବାକୁ ମିଳିବ ବୋଲି ଜଣାପଡିଛି ।ସବୁଥର ବିଗ୍ ବସ୍ ର ଗେଷ୍ଟ ଲିଷ୍ଟକୁ ଗୋପନ ରଖାଯାଉଥିଲେ ହେଁ ଏହା ଲିକ୍ ହୋଇଯାଇଛି । ଚଳିତ ସିଜିନ୍ ର ଗେଷ୍ଟ ତାଲିକାରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ, ହାସ୍ୟ ଅଭିନେତା ଚଙ୍କି ପାଣ୍ଡେ, ହାସ୍ୟ ଅଭିନେତା ରାଜପାଲ ଯାଦବ, ଭାରତୀୟ ମଡେଲ ୱାରିନା ହୁସେନ, ଟିଭି ଷ୍ଟାର୍ ଦେବୋଲିନା ଭଟ୍ଟା·ର୍ଯ୍ୟ, ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଦିଙ୍କ ସହ ବିବାଦୀୟ ବ୍ୟକ୍ତିତ୍ୱ ମାହିକା ଶର୍ମା, ପର୍ଣ୍ଣଷ୍ଟାର୍ ଦାନି ଡି ଙ୍କ ନାମ ରହିଛି ।
ଏମାନଙ୍କ ବ୍ୟତୀତ ବଙ୍ଗାଳୀ ସୁପରଷ୍ଟାର୍ ଜିତ୍ , ପୂର୍ବତନ ଅଭିନେତା ତଥା ରାଜନେତା ଚିରଙ୍ଗ ପାଶୱାନ, ବକ୍ସର ବିଜେନ୍ଦ୍ର ସିଂହ, ମଡେଲ୍ ରାହୁଲ ଖଣ୍ଡେଲୱାଲ୍, ମଡେଲ୍ ତଥା ଅଭିନେତା ହିମାନ୍ସ କୋହଲି, ବଲିଉଡ୍ ଅଭିନେତ୍ରୀ ମହିମା ଚୌଧୁରୀ, ଟିଭି ଅଭିନେତ୍ରୀ ମେଘନା ମଲିକ୍, ସିଆଇଡି ଫେମ୍ ଦୟାନନ୍ଦ ସେଟ୍ଟୀ, ରିୟାଲିଟି ସୋ’ ଷ୍ଟାର୍ ଫୈଜି ବୋ, ଫେସନ ଡିଜାଇନର୍ ଋତୁ ବେରି, କଣ୍ଠଶିଳ୍ପୀ ସୋନାଲ୍ ଚୌହ୍ୱାନ, କଣ୍ଠଶିଳ୍ପୀ ଫଜିଲପୁରିଆ, ରାହୁଲ ଯାଦବ ଏବଂ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ମଧ୍ୟ ବିଗ୍ ବସ୍ ହାଉସ୍ ରେ ଦେଖିବାକୁ ମିଳିପାରେ ।
ଏଥର ମଧ୍ୟ ସୁପରଷ୍ଟାର ସଲମାନ୍ ଖାନ୍ ସୋ’ କୁ ହୋଷ୍ଟ କରିବେ । ତେବେ ଚଳିତ ସିଜିନ୍ ରେ ସୋ’ ର ଫର୍ମାଟ୍ ରେ ପରିବର୍ତନ କରାଯାଇଛି । ଗତ କିଛି ସିଜିନ୍ ରେ ସେଲିବ୍ରିଟି ମାନଙ୍କ ସହ କମନ୍ ମ୍ୟାନ୍ ମାନଙ୍କୁ ସୁଯୋଗ ଦିଆଯାଉଥିବା ବେଳେ ଏଥର କେବଳ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିବ ।