ବିବାଦ ଘେରରେ ଜନ୍‍ଙ୍କ “ସତ୍ୟମେବ ଜୟତେ”

Straight to the Point

ମିିଲାପ ଜାଭେରୀ ନିର୍ଦ୍ଦେଶିତ ଓ ଜନ୍‍ ଆବ୍ରାହମଙ୍କ ଅଭିନିତ ଚଳଚ୍ଚିତ୍ର “ସତ୍ୟମେବ ଜୟତେ” ମୁକ୍ତିଲାଭ କରିବା ପୂର୍ବରୁ ବିବାଦ ଘେରରେ ଫସିଯାଇଛି। “ପରମାଣୁ” ର ସଫଳତା ପରେ ଜନ୍‍ଙ୍କ ଏହି ଆଗାମୀ ଚଳଚ୍ଚିତ୍ରର ଟ୍ରେଲର କିଛିଦିନ ହେବ ରିଲିଜ୍‍ ହୋଇଛି। ତେବେ ଟ୍ରେଲର ରିଲିଜ୍‍ ହେବା ସଙ୍ଗେସଙ୍ଗେ ତାକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି। ଏହି ଚଳଚ୍ଚିତ୍ର ବିରୁଦ୍ଧରେ ବିଜେପି ନେତା ଅଭିଯୋଗ ଆଣିଛନ୍ତି। ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ମହାସଚିବ ସୈୟଦ ଅଲ୍ଲୀ ଜାଫରୀ କହିଛନ୍ତି ଯେ, ଏହି ଚଳଚ୍ଚିତ୍ରର ଟ୍ରେଲର ଧାର୍ମିକ ଭାବନାକୁ ଆଘାତ କରିଛି। ସେ କହିଛନ୍ତି, ଏହି ଟ୍ରେଲରରେ ମହରମ୍‍ ଶୋଭାଯାତ୍ରାକୁ ଭୁଲ୍‍ ଢଙ୍ଗରେ ଚିତ୍ରଣ କରାଯାଇଛି। ଚଳଚ୍ଚିତ୍ରର କାହାଣୀ ଭ୍ରଷ୍ଟାଚାର ଉପରେ ଆଧାରିତ। ଯେଉଁଥିରେ ଜନ୍‍ଙ୍କ ମୁଖ୍ୟ ଭୂମିକା ରହିଛି। ଚଳଚ୍ଚିତ୍ର ପ୍ରସ୍ତୁତକର୍ତ୍ତା ଏହି ମହରମ୍‍ ଶୋଭାଯାତ୍ରାର ଦୃଶ୍ୟ ବିନା ମଧ୍ୟ ଚଳଚ୍ଚିତ୍ରଟିକୁ କରି ପାରିଥା’ନ୍ତେ। ଏହି ଦୃଶ୍ୟ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧାର୍ମିକ ଭାବନା ପ୍ରତି ଆଘାତ ଆସିଛି।
ମିଲାପ ଜାଭେରୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ସହ ଭୂଷଣ କୁମାର ଓ ନିଖିଲ ଆଡ଼ୱାନୀ ପ୍ରଯୋଜନା ଭାର ବହନ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ମାସ ୧୫ ତାରିଖରେ “ସତ୍ୟମେବ ଜୟତେ” ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ରର ଟ୍ରେଲରରେ ଆକର୍ଷଣୀୟ ସଂଳାପ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ଅଭିନେତା ଜନ୍‍ ଆବ୍ରାହମ୍‍ଙ୍କ ସମେତ ମନୋଜ ବାଜପେୟୀ, ଅମ୍ରିତା ଖାନ୍‍ଭିଲ୍‍କର୍‍ , ଆଏଶା ଶର୍ମା ଓ ମାୟେରା ଦାଣ୍ଡେକର ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

error: Thank You Keep Visiting