ବହୁ ପ୍ରତିକ୍ଷୀତ ହିନ୍ଦୀ ସିନେମା ‘ୱାର’ ର ଟିଜର ରିଲିଜ୍

Straight to the Point

ମୁମ୍ବାଇ : ହ୍ରିତିକ୍ ରୋଶନ୍ ଓ ଟାଇଗର ଶ୍ରଫ୍ ଅଭିନୀତ ବହୁ ପ୍ରତିକ୍ଷୀତ ହିନ୍ଦୀ ସିନେମା ‘ୱାର’ ର ଟିଜର ରିଲିଜ୍ ହୋଇଛି । ବହୁ ସମୟ ଧରି ଫିଲ୍ମର ଟାଇଟଲକୁ ନେଇ ସସପେନ୍ସ ଜାରୀ ରହିବା ପରେ ଶେଷରେ ନିର୍ମାଣକାରୀ ସଂସ୍ଥା ଏହାର ପୋଷ୍ଟର ଓ ଟିଜର ରିଲିଜ୍ କରିନ୍ତି । ୟଶ ରାଜ୍ ବ୍ୟାନରରେ ନିର୍ମିତ ଏହି ଆକ୍ସନ୍ ଫିଲ୍ମ ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ରିଲିଜ୍ ହେବ ।

ବଲିଉଡ୍ ର ଦୁଇ ସୁପରଷ୍ଟାର ହ୍ରିତିକ ରୋଶନ ଓ ଟାଇଗର ଶ୍ରଫ୍ ପ୍ରଥମ ଥର ପାଇଁ ଗୋଟିଏ ଫିଲ୍ମରେ ନଜର ଆସିବେ । ୫୩ ସେକେଣ୍ଡର ଏହି ଟିଜରରେ ଜବରଦସ୍ତ ଆକ୍ସନ୍ ସିନ୍ , ଷ୍ଟଂଟ୍ , ଫାଇଟ୍ ସିକ୍ୱେନ୍ସ ସହ ଖୁବ୍ ସୁନ୍ଦର ଲୋକେସନ୍ ମଧ୍ୟ ଦେଖିବାକୁ ମିଳିଛି । ଟିଜରରେ ହ୍ରିତିକ୍ , ଟାଇଗର ଙ୍କ ସମେତ ବାଣୀ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଟିଜର ରିଲିଜ୍ ହେବା ମାତ୍ରେ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିଛି । କେହି କେହି ରିଲିଜ୍ ପୂର୍ବରୁ ୱାରକୁ ବ୍ଲକ୍ ବଷ୍ଟର ବୋଲି କହିସାରିଲେଣି ।

error: Thank You Keep Visiting