ଦହିର ଉପକାରୀତା ଓ ଔଷଧୀୟ ଗୁଣ

Straight to the Point

ଦହି ଖାଇବାକୁ କିଏ ବା ଭଲ ନପାଏ । ଭରପୁର ଖାଦ୍ୟ ଥାଳିରେ ଯଦି ଆପଣ ଏକ ତାଟିଆ ଦହି ଖାଇଲେ ଖାଇବାର ମଜା ଖୁବ୍ ନିଆରା । ଖାଦ୍ୟରେ ଦହି ରୋଚକତା ଆଣିଦେଇଥାଏ । ଏଥିସହିତ ଦହିରେ ପୋଷକ ତତ୍ତ୍ୱ ଅଧିକ ଥାଏ । ଦହି ଖରାଦିନେ ଖାଇବା ଫଳରେ ଶୀତଳ ପ୍ରଦାନ କରିଥାଏ । ଦହିରେ ବହୁ ଗୁଣ ଭରି ରହିଛି । ଆର‌୍ୟୁବେଦିକ ଅନୁସାରେ ଦହି ରୁଚିକର ଓ ଭୋକ ବଢ଼ାଇଥାଏ ଏଥିସହ ଅନ୍ତଃନଳୀକୁ ସଫା କରିଥାଏ ଓ ପେଟରେ ରୋଗରୁ ମଧ୍ୟ ଦହି ଖାଇଲେ ଭଲ ହୋଇଥାଏ ।
ଦହିରେ କ୍ଷୀରର ସମସ୍ତଗୁଣ ଭରି ହୋଇ ରହିଥାଏ । ଦୁଧରୁ ମିଳୁଥିବା ସମସ୍ତ ପ୍ରକାର ଗୁଣ ଦହିରେ ଥାଏ । ଦୁଧରେ ଯେଉଁ ଶର୍କରାର ଲେକ୍ଟୋଜ୍ ଅମ୍ଳରେ ବଦଳାଇ ଦେଇଥାଏ ।
ଯେଉଁଥିରେ କି ଦୁଧରେ ମିଠା ସ୍ୱାଦ ବଦଳାଇ କିଛି ଖଟା ଓ ପରିବର୍ତ୍ତନ କରିଦେଇଥାଏ । ଚିକ୍କଣା ଅଂଶ ଭିଟାମିନ୍-ଏ ଏବଂ ସି, ପ୍ରୋଟିନ୍, କ୍ୟାଲସିୟମ୍ ଆଦି ଦହିରେ ହିଁ ବିଦ୍ୟମାନ ହୋଇଥାଏ । ଶକ୍ତିବର୍ଦ୍ଧକ କରିବା ସହିତ ମୋଟାପାକୁ ମଧ୍ୟ ଦହି ହଟାଇଥାଏ । ଦହିର ଏହା ଏକ ମୁଖ୍ୟଗୁଣ ।
ବୈଜ୍ଞାନିକଙ୍କ କହିବା ଅନୁସାରେ ପାଣି ଏବଂ ଫ୍ରିଟସ୍ ଲେକ୍ଟ୍ରୋଜ୍ ତଥା କ୍ୟାଲସିୟମ୍ ଆଇରନ୍ ତଥା ଭିଟାମିନ୍ ଏ, ବି, ସି ମଧ୍ୟ ଦହିରେ ଥାଏ । ଖରାଦିନ ପାଇଁ ଦହିକୁ ଲସି ରୂପେ ବ୍ୟବହାର କରାଯାଏ । ଆୟୁର୍ବେଦରେ ଅନ୍ତଃନଳୀ କମ୍ଜୋରି ପାଇଁ ଦହି ଖାଇବା ଭଲ । ପରେ କିଛି ଦହି ଖାଇବା ଦ୍ୱାରା ଖାଦ୍ୟକୁ ଭଲ ରୂପରେ ହଜମ କରିଥାଏ । ଏଥିସହିତ ଶରୀରକୁ ଥଣ୍ଡା ରଖେ ଦହି । ଦହିରେ ପାଚକ ତତ୍ତ୍ୱ ଅଧିକ ଥାଏ । ଏହା ଶରୀରରେ ବଢୁଥିବା ଚର୍ବିକୁ କମ୍ କରିବାରେ ସହାୟତା କରିଥାଏ । ଦହିର ପ୍ରୟୋଗ ଫଳରେ କ୍ୟାନସର୍ ଭଳି ଘାତକ ବେମାରୀ ମଧ୍ୟ ଉପଶମ ମିଳିଥାଏ । ଦହି ହୃଦୟ ପାଇଁ ମଧ୍ୟ ଖୁବ୍ ଉପକାରୀ ଓ ଏଥିରେ ଏଭଳି ତତ୍ତ୍ୱ ଭରି ରହିଛି ଯାହାକି ରକ୍ତରେ କୋଲେଷ୍ଟ୍ରେଲ୍ର ସ୍ତରକୁ କମାଇ ହୃଦୟର ସମସ୍ତ ପ୍ରକାର କ୍ଷତିକୁ କମ୍ କରିଦେଇଥାଏ ।

ଶାରୀରିକ ସୌନ୍ଦର୍ଯ୍ୟରେ ଦହି
ଶାରୀରିକ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଦହି ଏକ ଖୁବ୍ ଭଲ କ୍ଲିନର୍ ଭଳି କାମ କରିଥାଏ । ତ୍ୱଚାର ସୌନ୍ଦର୍ଯ୍ୟକୁ ଦହି ଦହି ବଢ଼ାଇଥାଏ । କେଶକୁ ଧୋଇଲାବେଳେ ପୂରାକାଳରେ ଦହିର ପ୍ରଲେପ କରି କେଶର ଚିକ୍କଣ ବଢାଉଥିଲେ । ଦହି ଲଗାଇ କେଶକୁ ଧୋଇବା ଫଳରେ କେଶ ଲମ୍ବା ଓ ଘନ ହେବା ସହିତ ମୁଲାୟମ ମଧ୍ୟ ହୋଇଥାଏ । ଦହି ଲଗାଇବା ଫଳରେ ଓ ଖାଇବା ଫଳରେ ମସ୍ତିଷ୍କ ଶୀତଳତା ପହଞ୍ଚାଇଥାଏ । ଦହିକୁ ଥଣ୍ଡା ମଲାଇରେ ଗୋଳାଇ ଲଗାଇଲେ ତ୍ୱଚାର ଉଜ୍ଜ୍ୱଳତା ଫେରିଆସିଥାଏ ।