ଶିଶୁମାନଙ୍କୁ ହେଉଥିବା ମଧୁମେହର କାରଣ ଓ ଉପଶମ

Straight to the Point

ସମୟ ଥିଲା କେବଳ ବୟସ୍କମାନଙ୍କୁ ମଧୁମେହ ହେଉଥିଲା । କିନ୍ତୁ ବ ର୍ମାନ ସ୍ୱାସ୍ଥ୍ୟପ୍ରତି ଅଯତ୍ନବାନ୍ ହେବାଯୋଗୁଁ ଶିଶୁମାନଙ୍କୁ ମଧ୍ୟ ଏହି ରୋଗ ହେଉଛି । ନିର୍ଦ୍ଧିଷ୍ଟ କେତେକ ଖାଦ୍ୟପଦାର୍ଥ ଯୋଗୁଁ ମଧୁମେହ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଆହାର ଶିଶୁମାନଙ୍କପାଇଁ କ୍ଷତିକାରକ ।

ଫାଷ୍ଟଫୁଡ୍ : ସାଧାରଣତଃ ପିଲାମାନେ ଫାଷ୍ଟଫୁଡ୍ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । କିନ୍ତୁ ଏହାଦ୍ୱାରା ଶରୀରରେ ଅତ୍ୟଧିକ କ୍ୟାଲୋରୀ ହୋଇଥାଏ । ଫଳରେ ଶିଶୁମାନଙ୍କ ଓଜନ ବଢିଥାଏ । ତେଣୁ ଶ୍ୱାସକ୍ରିୟାରେ ସମସ୍ୟା ହେବା ସହିତ ମଧୁମେହ ମଧ୍ୟ ହୋଇଥାଏ । ତେଣୁ ଯଥାସମ୍ଭବ ପିଲାମାନଙ୍କୁ ଫାଷ୍ଟଫୁଡ୍ ଖାଦ୍ୟଖାଇବାରୁ ନିବୃ ରଖନ୍ତୁ ।

ଚକୋଲେଟ୍, ପେଷ୍ଟ୍ରି,କୁକିଜ୍ : ମଧୁମେହ ରୋଗୀ ଚିନି, ଚିନିରେ ପ୍ରସ୍ତୁତ ଖାଦ୍ୟଠୁ ଦୂରେଇ ରହିବା ଆବଶ୍ୟକ । ଏଥିରେ ପେଷାକ ତ ୍ୱ ନଥାଏ । କାର୍ବୋହାଇଡ୍ରେଟ୍ ର ମାତ୍ରା ଅଧିକ ଥାଏ । ତେଣୁ ରକ୍ତରେ ସୁଗର ର ପରିମାଣ ବୃଦ୍ଧି ହୋଇଥାଏ । ଚିନି ର ମାତ୍ରା ଅଧିକ ହେଲେ ଶରୀର ର ଓଜନ ବଢିଥାଏ ଏବଂ ମଧୁମେହ ର ସମ୍ଭାମନା ଥାଏ ।

ସଫ୍ଟଡ୍ରିଙ୍କସ : ସଫ୍ଟଡିଙ୍କ୍ସ ପିଲାମାନଙ୍କର ବହୁ ପ୍ରିୟ ହୋଇଥାଏ । ଏଥିରେ ସୁଗର ର ମାତ୍ରା କମ୍ ଥାଏ ଓ କ୍ୟାଲୋରୀ ର ମାତ୍ରା ଅଧିକ ଥାଏ । ଯାହାଫଳରେ ଏହା ମଧୁମେହ ର କାରଣ ହୋଇଥାଏ ଓ ଶରୀର ଉପରେ କୁପ୍ରଭାବ ପକାଇଥାଏ ।