ମାସ୍କ କାଳବଜାରୀ ରୋକିବାକୁ ଟ୍ଵିନସିଟିରେ ପୋଲିସ ଚଢାଉ
ଭୁବନେଶ୍ବର : କରୋନା ଭୂତାଣୁ ପାଇଁ ବଜାରରେ ମାସ୍କର ଚାହିଦା ବଢ଼ିଥିବା ବେଳେ ମେଡିସିନ୍ ଷ୍ଟୋର୍ଗୁଡ଼ିକ ଏହାର ଫାଇଦା ଉଠାଉଛନ୍ତି। ମାତ୍ର ୩୦ ଟଙ୍କାର ମାସ୍କକୁ ୧୫୦ ଟଙ୍କା ଓ ୧୦ ଟଙ୍କା ମାସ୍କକୁ ୪୦ ଟଙ୍କାରେ ବିକ୍ରି କରି ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ଏପରି ଘଟଣା ନଜରକୁ ଆସିବା ପରେ ଆଜି କମିସନରେଟ୍ ପୁଲିସ ନିଜ ନିଜ ଥାନା ଅଞ୍ଚଳରେ ଥିବା ପ୍ରାୟ ଶହେରୁ ଅଧିକ ମେଡିସିନ୍ ଷ୍ଟୋର ଉପରେ ଚଢ଼ଉ କରିଛି। ଚଢ଼ଉ ବେଳେ ମାସ୍କର ବ୍ୟାପକ କଳାବଜାର ହେଉଥିବା ଜଣାପଡ଼ିଛି।