କଂଗ୍ରେସ ନେତା ଶଶି ଥରୁରଙ୍କୁ ଆସ୍ୱସ୍ତି

Straight to the Point

ନୂଆଦିଲ୍ଲୀ: ପତ୍ନୀ ସୁନନ୍ଦା ପୁସ୍କର ମୃତ୍ୟୁ ମାମଲାରେ ଛନ୍ଦି ପଡ଼ିଥିବା କଂଗ୍ରେସ ନେତା ଶଶି ଥରୁରଙ୍କୁ କୋର୍ଟ ପକ୍ଷରୁ ଆସ୍ୱସ୍ତି ମିଳିଛି। ପଟିଆଲା କୋର୍ଟ ଶ୍ରୀ ଥରୁରଙ୍କୁ ୧ଲକ୍ଷ ଟଙ୍କା ବ୍ୟକ୍ତିଗତ ଜାମିନଦାର ବିନିମୟରେ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ଅବଶ୍ୟ ଏଭଳି ଜାମିନକୁ ପ୍ରତିବାଦ କରିଥିଲା। ଶଶି ଥରୁରଙ୍କୁ ବ୍ୟକ୍ତିଗତ ହେପାଜତକୁ ନେଇ ପଚରାଉଚରା କରିବାର ଆବଶ୍ୟକତା ରହିଛି ବୋଲି ଦିଲ୍ଲୀ ପୁଲିସ ଯୁକ୍ତିି ଦର୍ଶାଇ ଥିଲା। ତେବେ ଦିଲ୍ଲୀ ପୁଲିସର ଏଭଳି ଯୁକ୍ତିକୁ କୋର୍ଟ ଖଣ୍ଡନ କରିବା ସହ ଶଶି ଥରୁରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅବଶ୍ୟ କୋର୍ଟ ଅନୁମତି ବିନା ବିଦେଶ ଗସ୍ତ ଉପରେ କୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ବ୍ୟତୀତ କୋର୍ଟ ସାକ୍ଷୀ ଓ ପ୍ରମାଣକୁ ପ୍ରଭାବିତ ନକରିବାକୁ ନିର୍ଦେଶ ଦେଇଛନ୍ତି।

error: Thank You Keep Visiting