ଜମ୍ମୁ କଶ୍ମୀରରେ ୨୮ ହଜାର ଯବାନ ନିୟୋଜିତ ହେଲେ

Straight to the Point

ଶ୍ରୀନଗର: କେନ୍ଦ୍ର ସରକାର ୨୮ ହଜାର ଅତିରିକ୍ତ ଯବାନ ପୁଣି ଜମ୍ମୁ କଶ୍ମୀରରେ ନିୟୋଜିତ କରିଛନ୍ତି । ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଯବାନମାନେ ସହରର ଥିବା ଅତି ସମ୍ବେଦନଶୀଳ ସ୍ଥାନ ଓ ଘାଟିମାନଙ୍କରେ ନିୟୋଜିତ ହୋଇଛନ୍ତି । ଗୁରୁବାର ସକାଳେ ଏହି ଯବାନ ମାନେ କଶ୍ମୀରରେ ପହଞ୍ଚି ଥିବା ସରକାରୀ ସ୍ଥରରେ ସୂଚନା ମିଳିଛି । ତେବେ ହଠାତ୍ କାହିଁକି ଏତେ ସଂଖ୍ୟାରେ ଯବାନମାନଙ୍କୁ ନିୟୋଜିତ କରାଯାଇଛି ସେ ନେଇ ସଠିକ୍ ସୂଚନା ମିଳି ପାରି ନାହିଁ । ଅନ୍ୟପକ୍ଷରେ, ୫ ଦିନ ପୂର୍ବରୁ ଜମ୍ମୁ କଶ୍ମୀରରେ ୧୦ ହଜାର ଯବାନ ନିୟୋଜିତ କରାଯାଇଥିଲା । ସପ୍ତାହକ ନପୁରୁଣୁ ପୁଣି ଏତେ ସଂଖ୍ୟକ ଯବାନ କଶ୍ମୀରରେ ନିୟୋଜିତ ହେବାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି ହୋଇଛି ।

error: Thank You Keep Visiting