ରେଳରୁ ଉଦ୍ଧାର ହେଲେ ୨୬ ନାବାଳିକା

Straight to the Point

ନୂଆଦିଲ୍ଲୀ : ଜଣେ ଯାତ୍ରୀଙ୍କ ଟ୍ୱିଟ୍‍ ଯୋଗୁଁ ମୁଜାଫରପୁର-ବାନ୍ଦ୍ରା ଅୱଧ ଏକ୍ସପ୍ରେସ୍‍ରୁ ରେଲୱେ ଜିଆରପି ଏବଂ ଆରପିଏଫ ପୁଲିସ୍‍ ୨୬ ଜଣ ନାବାଳିକାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଜୁଲାଇ ୫ରେ ଜଣେ ଯାତ୍ରୀ ଟ୍ୱିଟ୍‍ କରିଥିଲେ ଯେ ସେ ଏସ୍‍-୫ କୋଚ୍‍ରେ ଯାତ୍ରା କରୁଛନ୍ତି। ଏହି କୋଚରେ ୨୫ ଜଣ ଝିଅ ଅଛନ୍ତି। ଝିଅଗୁଡ଼ିକ କାନ୍ଦୁଛନ୍ତି ଓ ନିଜକୁ ଅସହାୟ ମନେକରୁଥିବା ପରି ଲାଗୁଛି। ଯାତ୍ରୀଙ୍କ ଟ୍ୱିଟ୍‍ ପରେ ବାରାଣାସୀ ରେଲୱେ ଅଧିକାରୀ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କୁ ଏନେଇ ଅବଗତ କରାଇଥିଲେ। ଗୋରଖପୁରଠାରେ ଜିଆରପି ପୁଲିସ୍‍, ଚାଇଲ୍ଡଲାଇନ ଏବଂ ପୁଲିସ୍‍ର ଅପହରଣ ନିରୋଧୀ ଶାଖା ସହ ସମ୍ପର୍କ କରି ରେଳରେ ଚଢଉ କରିଥିଲେ। ସମସ୍ତେ ସାଧା ପୋଷାକରେ ରେଳରେ ଚଢିଥିଲେ ଓ ଗୋରଖପୁର ପର୍ଯ୍ୟନ୍ତ ଯାଇଥିଲେ। ୨୨ ଏବଂ ୫୫ ବର୍ଷିୟ ଦୁଇ ଜଣ ବ୍ୟକ୍ତି ୨୬ ଜଣ ଝିଅକୁ ନେଇ ଯାଉଥିବା ଜାଣିବାକୁ ମିଳିଥିଲା। ସମସ୍ତ ଝିଅ ବିହାରର ପଶ୍ଚିମ ଚମ୍ପାରନ ଅଞ୍ଚଳର ବୋଲି ଜଣାପଡିଥିଲା ଓ ସେମାନଙ୍କୁ ଇଦଘାର ନାରକାଟିକ୍ୟାଗଞ୍ଜକୁ ନିଆଯାଇଥିଲା। ଏନେଇ ନାବାଳିକାମାନଙ୍କୁ ପଚରାଯିବାରୁ ସେମାନେ କିଛି କହିପାରିନଥିଲେ। ଫଳରେ ଜିଆରପି ପୁଲିସ୍‍ ସେମାନଙ୍କୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରିଛି। ସମସ୍ତ ଝିଅଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ ହେବେ ବୋଲି ଅନୁମାନ କରାଯାଉଛି।

error: Thank You Keep Visiting