ଦେଶର ପ୍ରଥମ ସ୍ମାର୍ଟ ଗାଁ

Straight to the Point

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ କାନପୁର ନଗର ଜିଲା ତୌଧକପୁର ଗ୍ରାମକୁ ଦେଶର ପ୍ରଥମ ସ୍ମାର୍ଟ ଗାଁ ଭାବେ ବିବେଚନା କରାଯାଇଛି। ଦୁଇଜଣ ସୂଚନା ପ୍ରଯୁକ୍ତି (ଆଇଟି) କର୍ମଚାରୀ ଯୋଗେଶ ସାହୁ ଓ ରଜନୀଶ ବାଜପେୟୀଙ୍କ ଉଦ୍ୟମକ୍ରମେ ଏହି ଗାଁ ସ୍ମାର୍ଟ ଗାଁ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ସ୍ମାର୍ଟ ଗାଁ ଅନୁଯାୟୀ ଏଠାରେ ଦିନକୁ ୧୮ରୁ ୨୦ଘଣ୍ଟା ବିଜୁଳି ଯୋଗାଣ, ଚାରିଆଡେ ସିସିଟିଭି କ୍ୟାମେରା ଖଞ୍ଜାଯିବା ସହିତ ୱାଇଫାଇ ବ୍ୟବସ୍ଥା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଷ୍ଟ୍ରୀଟ ଲାଇଟ, ଲୋକଙ୍କ ସମସ୍ୟା ଶୁଣାଣି କେନ୍ଦ୍ର ଇତ୍ୟାଦି କରାଯାଇଛି। ଏହି ସ୍ମାର୍ଟ ଗାଁରେ କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ବଜାର ବ୍ୟବସ୍ଥା କରାଯାଇଛି। ଯୋଗେଶ ଓ ରଜନୀଶଙ୍କ ତିନିବର୍ଷର ଉଦ୍ୟମ ପରେ ଏହି ଗାଁ ସ୍ମାର୍ଟ ଗାଁରେ ପରିଣତ ହୋଇପାରିଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ସାହିତ ହୋଇ ସେମାନେ ଏପରି ସ୍ମାର୍ଟ ଗାଁ ତିଆରି କରିଥିବା ଜଣାଯାଇଛି। ରାଏବରେଲୀର ଉପକଣ୍ଠ ଏହି ଗ୍ରାମରେ ୨୪୨ଟି ପାଇଖାନା ତିଆରି ହୋଇଛି। ଯାହା ଉତ୍ତରପ୍ରଦେଶରେ ରେକର୍ଡ ସଂଖ୍ୟା। ଗାଁର ସମସ୍ତ କାର୍ୟ୍ୟକ୍ରମକୁ ଏକ ମୋବାଇଲ ଆପ୍‍ ଦ୍ୱାରା ପରିଚାଳନା କରାଯାଉଛି।

error: Thank You Keep Visiting