ଏମ୍ସରେ ଲାଗିଲା ନିଆଁ

Straight to the Point

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲର ପ୍ରଥମ ଏବ ଂ ଦ୍ୱିତୀୟ ମହଲା ଲାଗିଛି ନିଆଁ । ନିଆଁକୁ ଆୟତ୍ତ କରିବା କଡ଼ କଷ୍ଟ ହୋଇପଡ଼ିଥିବାବେଳେ ପଞ୍ଚମ ମହଲାରେ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ପ୍ରଥମ ପର୍ଯ୍ୟୟରେ ଜେନେରାଲ ୱାର୍ଡକୁ ଖାଲି କରାଯାଇଛି ଏବଂ ଚିକିତ୍ସାଧିନ ରୋଗୀଙ୍କୁ ଦ୍ୱିତୀୟ ୱାର୍ଡକୁ ସିପ୍ଟ କରାଯାଇଛି । ଏମ୍ସର ତରଫରୁ ସିପ୍ଟ କରାଯାଇଥିବା ଚିକିତ୍ସାଧିନ ବ୍ୟକ୍ତିମାନଙ୍କ ପାଇଁ ହେଳ୍ପଲାଇନ ନମ୍ବର ୦୧୧-୨୬୫୯୩୩୦୮ ଜାରୀ କରାଯାଇଛି । ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟ କରାଯାଉଛି ବୋଲି ଏମ୍ସ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଶର୍ଟ ସର୍କିଟ କାରଣରୁ ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗି ଥିଲା । ପରବର୍ତ୍ତୀ ସମୟରେ ଏହା ପଞ୍ଚମ ମହଲା ପର୍ଯ୍ୟନ୍ତ ପହଁଞ୍ôଚ ଯାଇଛି । ଦମକଳ ବିଭାଗର ୪୨ଟି ଗାଡ଼ି ଏବଂ ୧୫୦ ଅଗ୍ନିସମ ବାହିନୀର କର୍ମଚାରୀଙ୍କ ସହାୟତାରେ ଅଗ୍ନିକୁ ଆୟତ୍ତ କରିବା ସହିତ ରୋଗିମାନଙ୍କୁ ଉଦ୍ଧାର କରିବାରେ ସମ୍ପୂର୍ଣ୍ଣ ସହାୟକ ହୋଇଛନ୍ତି । ମାତ୍ର ଏତେବଡ଼ ଧରଣର ନିଆଁ ଲାଗିଥିଲେ ମଧ୍ୟ ରୋଗୀ ଓ ସମ୍ପର୍କିୟମାନଙ୍କର କିଛି ବିଶେଷ କ୍ଷତି ହୋଇନଥିବା ସୂଚନା ମିଳିଛି ।

error: Thank You Keep Visiting