ମୋଦୀଙ୍କ ଭୂଟାନ ଗସ୍ତ; ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

Straight to the Point

ନୂଆ ଦିଲ୍ଲୀ: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭୂଟାନର ସ୍ୱାଗତ ସକ୍ରାରକୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ରଖି କହିଛନ୍ତି ଯେ, ୧୩୦ କୋଟି ଭାରତୀୟଙ୍କ ହୃଦୟରେ ଭୂଟାନ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଭାରତ ଏବଂ ଭୂଟାନ ମଧ୍ୟରେ ସମ୍ପର୍କ ଦୁଇ ଦେଶର ଲୋକମାନଙ୍କ ବିକାଶ, ସମୃଦ୍ଧି ଏବଂ ସୁରକ୍ଷାର ଆପୋସ ହିତ ଉପରେ ଆଧାରିତ । ଦୁଇ ଦେଶରେ ଏଥିପ୍ରତି ସମ୍ପୂର୍ଣ୍ଣ ଜନସମର୍ଥନ ରହିଛି । ପ୍ରଧାନମନ୍ତ୍ରୀ ନିଜକୁ ଭାଗ୍ୟବାନ ମନେକରି ଭାରତର ଜନସାଧାରଣଙ୍କ ର୍ନିଣ୍ଣାୟକ ଜନାଦେଶ ଭାରତ ଏବଂ ଭୂଟାନର ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ଭୂଟାନ ନରେଶ ସହିତ କାମ କରିବାର ସୁଯୋଗ ପୁଣିଥରେ ମିଳିଛି । ଭୂଟାନର ମହାମହିମ ରାଜାଙ୍କ ସହିତ ଭାରତର ଭାଗୀଦାରୀ ବିଷୟରେ ଆଲୋଚନା କରିବାର ସୁଯୋଗ ମିଳିବାରୁ ନିଜକୁ ଧନ୍ୟ ମନେକରୁଛନ୍ତି ବୋଲି ମୋଦି କହିଛନ୍ତି ।\


ଭୂଟାନକୁ ସାରା ବିଶ୍ୱ ସମ୍ମୁଖରେ ଏପରି ଏକ ଅଭିନବ ଉଦାହରଣ ରୂପରେ ଉପସ୍ଥାପିତ କରିଛି, ଯେଉଁଠି ବିକାଶକୁ ତଥ୍ୟ ଜରିଆରେ ନୁହେଁ, ଖୁସି ଆଧାରରେ ମପା ଯାଉଛି । ଭୂଟାନର ସାଧାରଣ ଲୋକମାନଙ୍କ ବୃଦ୍ଧି ପାଉଥିବା ଆବଶ୍ୟକତାକୁ ପୂରଣ କରିବା ଲାଗି ଭାରତରୁ ଏଲପିଜି ଯୋଗାଣ ମାସିକ ୭୦୦ରୁ ବୃଦ୍ଧି କରି ୧ହଜାର ମେଟ୍ରିକ ଟନ କରିଦିଆଯାଇଛି । ଜଳବିଦ୍ୟୁତ ଆମ ଦୁଇ ଦେଶ ମଧ୍ୟରେ ସହଯୋଗର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ଦୁଇ ଦେଶର ସହଯୋଗରେ ଭୂଟାନର ଜଳବିଦ୍ୟୁତ ଉତ୍ପାଦନ କ୍ଷମତା ୨ ହଜାର ମେଗାୱାଟକୁ ଅତିକ୍ରମ କରିଯାଇଛି । ଭୂଟାନରେ ବହୁମୁଖୀ ସୁପର ସ୍ପେଶାଲିଟି ହସପିଟାଲ ପ୍ରତିଷ୍ଠା ଲାଗି ଭାରତ ଯଥାସମ୍ଭବ ସହାୟତା କରିବ । ମହାକାଶ ପ୍ରଯୁକ୍ତିର ଉପଯୋଗ ଦ୍ୱାରା ଭୂଟାନର ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଭାରତ ସଂକଳ୍ପବଦ୍ଧ । ରୟାଲ ଭୂଟାନ ବିଶ୍ୱବିଦ୍ୟାଳୟ ଏବଂ ଭାରତର ଆଇଆଇଟି ଓ କେତେକ ଅନ୍ୟ ଶୀର୍ଷସ୍ତରୀୟ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ସହଯୋଗ ଓ ସମ୍ପର୍କ, ଶିକ୍ଷା ଓ ପ୍ରଯୁକ୍ତି ଲାଗି ଆଜିର ଆବଶ୍ୟକତା ଅନୁରୂପ ଅଟେ ।


ଦକ୍ଷିଣ ଏସିଆ ଉପଗ୍ରହ ଆର୍ଥ ଷ୍ଟେସନ, ରୂପେ କାର୍ଡ, ବହୁମୁଖୀ ସୁପର ସ୍ପେଶାଲିଟି ହସପିଟାଲ ପ୍ରତିଷ୍ଠା ଲାଗି ସହଯୋଗ କରିବ ଭାରତ, ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଭୂଟାନ ଲାଗି ସ୍ନାତୋକୋତର ବୃତି ୨ରୁ ୫କୁ ବୃଦ୍ଧି, ମାଙ୍ଗଦେଚ୍ଛୁ ଜଳବିଦ୍ୟୁତ ପ୍ରକଳ୍ପର ଅଦି ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

error: Thank You Keep Visiting