ଯାତ୍ରୀଙ୍କ ଲାଗି କର୍ତାରପୁର କରିଡର୍ ଖୋଲିବ ପାକିସ୍ତାନ

Straight to the Point

ଲାହୋର: ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ସହ ନୂଆଦିଲ୍ଲୀର ସମ୍ପର୍କ ଖରାପ ହୋଇଯାଇଛି । ତେବେ ସମ୍ପର୍କ ଯାହା ଥିଲେ ବି ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଅବସରରେ ଭାରତୀୟ ଶିଖ୍ ଯାତ୍ରୀଙ୍କ ନିମନ୍ତେ କର୍ତାରପୁର ଦରବାର ସାହିବ ଦର୍ଶନ ପାଇଁ ପାକିସ୍ତାନର ଦ୍ୱାର ସର୍ବଦା ଉନ୍ମୁକ୍ତ ବୋଲି ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ଫିରଦୌସ୍ ଆଶିକ୍ ଅୱାନ କହିଛନ୍ତି । ଜମ୍ମୁ ଓ କଶ୍ମୀରରୁ ନୂଆଦିଲ୍ଲୀ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ କରିବା ପରେ ଭାରତ ସହ ସମ୍ପର୍କ ତିକ୍ତ ହୋଇଥିବା କାରଣରୁ ପାକିସ୍ତାନ କର୍ତାରପୁର କରିଡର୍ କାମ ବନ୍ଦ ରଖିଛି ବୋଲି ଯାହା ଶୁଣାଯାଉଛି ତାହା ଗୁଜବ ବୋଲି ଶନିବାର ଲାହୋର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଫିରଦୌସ୍ କହିଛନ୍ତି ବୋଲି ରେଡିଓ ପାକିସ୍ତାନ ଖବର ପ୍ରସାରଣ କରିଛି । ଭାରତ ସହ ଚୂଡ଼ାନ୍ତ ହୋଇଥିବା “ଟିଓଆର୍ଏସ୍’ର ସମୟ ସୂଚୀ ଅନୁସାରେ ନଭେମ୍ବରରେ କରିଡର୍ ଉଦ୍ଘାଟନ କରାଯିବ ବୋଲି ସେ କହିଛନ୍ତି ।

error: Thank You Keep Visiting