ଈଶ୍ୱରଙ୍କୁ ‘ବଦମାସ୍‍’ କହି ଚର୍ଚ୍ଚାରେ : ଫିଲିପାଇନ୍ସ ରାଷ୍ଟ୍ରପତି

Straight to the Point

ମାନିଲା : ଈଶ୍ୱର ଅଛନ୍ତି ବୋଲି ଯଦି କେହି ପ୍ରମାଣ କରିଦିଅନ୍ତି; ତେବେ ନିଜ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତିି ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ। ଗୀର୍ଜାରେ ଈଶ୍ୱର ରହିଥିବାର ପ୍ରମାଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଈଶ୍ୱରଙ୍କ ଅବସ୍ଥିତି ନେଇ ଜଣେ କେହି ପ୍ରମାଣ କରିପାରିବ କି? ଏ ବାବଦରେ କେହି ଈଶ୍ୱରଙ୍କ ସହ ଫଟୋ କିମ୍ବା ସେଲ୍‍ଫି ଦେଖାଇ ପାରିବ କି? ଈଶ୍ୱରଙ୍କ ସହିତ କଥାବାର୍ତ୍ତାର ରେକର୍ଡ ଶୁଣାଇପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସମ୍ଭବ ହେଲେ ସେ ତୁରନ୍ତ ଇସ୍ତଫା ଦେଇଦେବେ ବୋଲି ୭୩ ବର୍ଷୀୟ ରୋଡ୍ରିଗୋ କହିଛନ୍ତି। ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟକୁ ସମର୍ଥନ କରିଛନ୍ତି ତାଙ୍କ କାର୍ଯ୍ୟାଳୟର ମୁଖପାତ୍ର ହ୍ୟାରୀ ରକ୍‍। ରାଷ୍ଟ୍ରପତି ପୂର୍ବରୁ ଜଣେ ଧର୍ମଯାଜକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା କହିଥିଲେ; ତେଣୁ ତାଙ୍କର ଧର୍ମ ସଂକ୍ରାନ୍ତ ଏଭଳି ମନ୍ତବ୍ୟ ଦେବାର ଅଧିକାର ରହିଛି ବୋଲି ରକ୍‍ କହିଛନ୍ତି। ନିକଟରେ ରୋଡ୍ରିଗୋ ଈଶ୍ୱରଙ୍କୁ ‘ବଦମାସ୍‍’ କହି ଚର୍ଚ୍ଚାରେ ଥିଲେ। ରୋଡ୍ରିଗୋ ସ୍ୱାଭାବିକ ଭାବେ ଖ୍ରୀଷ୍ଟିଆନ୍‍ ବିରୋଧୀ। ଦେଶରେ ସଂଖ୍ୟାଧିକ ରୋମାନ୍‍ କାଥୋଲିକ୍‍ ଖ୍ରୀଷ୍ଟିଆନ୍‍ ବାସ କରୁଥିବାରୁ ଏବେ ସାନି ବିବାଦ ସୃଷ୍ଟି ହୋଇଛି।

error: Thank You Keep Visiting